କେନ୍ଦ୍ରାପଡ଼ା ଜିଲ୍ଲାରେ ଓମସା ପକ୍ଷରୁ ଆନ୍ଦୋଳନ ଜାରି

କେନ୍ଦ୍ରାପଡ଼ା, ୧୫ା୧୨:କେନ୍ଦ୍ରାପଡ଼ା ଜିଲ୍ଲାରେ ଜଟିଳ ହେବାରେ ଲାଗିଛି ଡାକ୍ତର ବନାମ ପୋଲିସ ବିବାଦ । ଗତ କିଛି ଦିନ ହେବ ଲଗାତର ଭାବେ କିଛି ଦୁର୍ବୁତ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଶି ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏ ସଂପର୍କରେ ଡାକ୍ତରଙ୍କ ପକ୍ଷରୁ ପୋଲିସ ନିକଟରେ ଏତଲା ଦିଆଯିବା ସହ ଦୁର୍ବୁତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇ ଅଡ଼ି ବସିଥିଲେ ।କିନ୍ତୁ ସ୍ଥାନୀୟ ବିଧାୟକ ବୁଝାସୁଝା କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ପରେ ସ୍ୱାସ୍ଥ୍ୟ କର୍ମଚାରୀ ଧାରଣାରୁ ଓହରିଥିଲେ । ଇତିମଧ୍ୟରେ ଘଟଣାକୁ ୧୬ ଦିନ ବିତି ଯାଇଥିଲେ ବି ପୋଲିସ ହାତଖାଲି । ଓମସା ପକ୍ଷରୁ ୩ ଦିନ ହେଲା ପୋଲିସକୁ ଅସହଯୋଗ କରିବା ସହ କଳା ବ୍ୟାଜ୍ ପରିଧାନ କରି ଡ୍ୟୁଟି କରୁଛନ୍ତି । ଅଭିଯୁକ୍ତ ମାନଙ୍କ ଇଞ୍ଜୁରୀ ରିପୋର୍ଟ ଦେବାକୁ ପୋଲିସକୁ ସିଧା ମନା କରି ଦେଇଛନ୍ତି ଆନ୍ଦୋଳନରତ ଡାକ୍ତର । ଫଳରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅଭିଯୁକ୍ତ କୋର୍ଟକୁ ସ୍ଥାନlନ୍ତର ହୋଇ ପାରୁନାହାନ୍ତି ।ଫଳରେ ଦୁର୍ବୃତ୍ତ ମାନେ ପୁଣି ସକ୍ରିୟ ହୋଇ ଡାକ୍ତରଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି ।ଏହାକୁ ନେଇ ମେଡିକାଲ ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପୋଲିସକୁ ଅସହଯୋଗ କରିବାକୁ ନିଷ୍ପତ୍ତି ନିଆଯିବା ସହ ପୋଲିସ କିଛି ପଦକ୍ଷେପ ନନେଲେ ଆନ୍ଦୋଳନ ରାଜ୍ୟ ବ୍ୟାପି କରାଯିବ ବୋଲି ଚେତାବନୀ ଦେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!