ବିଜେଡି କାର୍ଯ୍ୟକାରିଣୀ ବୈଠକ ,,ପାଣ୍ଡିଆନ ଲଢ଼ିବେନି ନିର୍ବାଚନ

ଭୁବନେଶ୍ୱର,୧୫।୧୨:ଶଙ୍ଖ ଭବନରେ ଆଜି ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି ଓଡ଼ିଶାବାସୀଙ୍କ ସହ ଯୋଡ଼ି ହୋଇ ରହିବା ନିମନ୍ତେ ଦଳୀୟ ପଦାଧିକାରୀଙ୍କୁ ଆହ୍ୱାନ ଦେଇଥିଲେ । ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ପରିଚାଳନାରେ ବୈଠକ ଆରମ୍ଭ ହୋଇଥିଲା ଓ ଶେଷରେ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ୧୧ଟି ରାଜନୀତିକ ପ୍ରସ୍ତାବ ସମେତ ଅନ୍ୟାନ୍ୟ ପ୍ରସ୍ତାବ ପାରିତ ହୋଇଥିଲା । ବିଜେଡି ର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଭିକେ ପାଣ୍ଡିଆନଙ୍କ ଡେବ୍ୟୁ ହୋଇଛି । ପାଣ୍ଡିଆନ ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିିଁ ବୋଲି ନିଜଆଡ଼ୁ ଘୋଷଣା କରିବା ସହ ନବୀନ ପଟ୍ଟନାୟକଙ୍କୁ ସେ ନିଜର ‘ଗୁରୁ’ ଓ ‘ବାପା’ ସମ୍ବୋଧନ କରିଛନ୍ତି । ପାଣ୍ଡିଆନଙ୍କ ସଫଳତାର କାହାଣୀକୁ ଦଳ ପକ୍ଷରୁ ଏକ ଭିଡିଓ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହାପରେ ପ୍ରାୟ ୧୦ମିନିଟ୍ ଧରି ସଂଗଠନକୁ ସୁଦୃଢ଼ କରିବାକୁ ଗୁରୁମନ୍ତ୍ର ଦେଇଥିଲେ ପାଣ୍ଡିଆନ ।ପ୍ରଥମଥର ପାଇଁ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ଡେବ୍ୟୁକୁ ଉପସ୍ଥିତ ନେତାମାନେ ଜୋରଦାର ଢଙ୍ଗରେ ତାଳି ମାରି ସ୍ୱାଗତ କରିଥିଲେ । ଦଳର କୌଣସି ପଦପଦବୀରେ ନଥାଇ ମଧ୍ୟ ପାଣ୍ଡିଆନ ଯେ ବିଜେଡି ଓ ନବୀନଙ୍କ ଉତ୍ତରାଧିକାରୀ ତାହା ଆଜିର କାର୍ଯ୍ୟକାରିଣୀରେ ସ୍ପଷ୍ଟ ସନ୍ଦେଶ ମିଳିଥିବା ଜଣାପଡ଼ିଛି।ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଏହି ସୂଚନା ଦେଇଥିଲେ। ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭିକେ. ପାଣ୍ଡିଆନ୍ ଲଢିବେ ନାହିଁ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି। ତେବେ ଯଦି ସେ ନିର୍ବାଚନରେ ଲଢିବାକୁ ଚାହିଁବେ, ତେବେ ମଧ୍ୟ କୌଣସି ଅସୁବିଧା ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!