ଭୁବନେଶ୍ୱର,୧୫।୧୨: ବ୍ଲାକମେଲିଂ, ହନିଟ୍ରାପ୍ ମାମଲାରେ ଛନ୍ଦି ହୋଇ ୧୪ ମାସ ପରେ ଜେଲ୍ରେ ରହି ବାହାରିଥିବା ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା। ଅର୍ଚ୍ଚନା ନାଗଙ୍କୁ ମିଳିଛି ହତ୍ୟା ଧମକ । ତେବେ ଏହି ଧମକରେ ମୁଁ ଡରିବା ପିଲା ନୁହେଁ ବୋଲି ରୋକଠୋକ କହିଛନ୍ତି ଅର୍ଚ୍ଚନା| ୨ ଦୁର୍ବୃତ୍ତ ଧମକ ଦେଇଥିବା ଅର୍ଚ୍ଚନା ନାଗଙ୍କ ପକ୍ଷରୁ ଭିଯୋଗ ହୋଇଛି। ପରୀକ୍ଷା ଦେବାକୁ ଲ’ କଲେଜ ଆସୁଥିବା ବେଳେ ଧମକ ମିଳିଥିବା ନେଇ ଅଭିଯୋଗ କରିଛନ୍ତି ଅର୍ଚ୍ଚନା। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା ନାଗ- ‘ମୁଁ ଡରିଯିବା ପିଲା ନୁହେଁ ସମୟ ଆସିଲେ ସବୁ କହିବି, ମହିଳାଙ୍କୁ ଏପରି ଅସମ୍ମାନ ଠିକ୍ ନୁହେଁ’।ଆଇନ୍ ଛାତ୍ରୀ ଅର୍ଚ୍ଚନା ପରୀକ୍ଷା ଦେବାକୁ ଆଜି ସକାଳେ ସ୍ୱାମୀଙ୍କ ସହ ଲ’ କଲେଜ ଆସିଥିଲେ। ମାତ୍ର କଲେଜରେ ପହଞ୍ଚିବା ପରେ ଦୁଇ ଯୁବକ ପହଞ୍ଚି ରାସ୍ତା ଉପରେ ତାଙ୍କୁ ତଥା ପରୀକ୍ଷା ସଦସ୍ୟଙ୍କୁ ହତ୍ୟା ଧମକ ଦେଇଥିବା କହିଛନ୍ତି ଅର୍ଚ୍ଚନା। ଏଥିସହ ମିଥ୍ୟା କେସ୍ରେ ଫସାଇଦେବାକୁ ବି ଚେତାବନୀ ଦେଇଛନ୍ତି।ପରୀକ୍ଷା ଶେଷ ପରେ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇ ଅର୍ଚ୍ଚନା କହିଛନ୍ତି, ମୁଁ ଆଜି ପରୀକ୍ଷା ଦେବାକୁ ଆସୁଥିବା ବେଳେ ୨ ଅଜଣା ଯୁବକ ମୋତେ ଧମକ ଦେଇଛନ୍ତି । ମୁଁ ଜେଲ୍ରୁ ବାହାରିବା ବେଳେ ଶାନ୍ତିରେ ରହିବାକୁ ଚାହୁଁଛି ବୋଲି କହିଥିଲି। ମାତ୍ର ମୋର ଉନ୍ନତିକୁ ବହୁ ଲୋକ ସହି ନ ପାରି ଏପରି କାମ କରୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |