ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୬।୧୨:ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉପ ଜିଲ୍ଲା ପାଳ ନବୀନ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ସମ୍ମାନିତ ଅତିଥି ଭାବେ ବିଡିଓ ଶରତ ମାଝୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଏବିଇଓ ଭଗବାନ ମାଝୀ ପ୍ରମୁଖ ମଞ୍ଚାଷିନ ଥିଲେ। ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ୍ ସୁବ୍ରତ ରଞ୍ଜନ ସାମନ୍ତ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପ ଜିଲ୍ଲା ପାଳ ନବୀନ ଚନ୍ଦ୍ର ନାୟକ ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବାକୁ ହେଲେ ସମୟାନୁ ବର୍ତ୍ତିତା ରହିବା ଆବଶ୍ୟକ ବୋଲି କହିଥିଲେ।ପ୍ରତିଭାବାନ ଛାତ୍ରଛାତ୍ରୀ ସହ ସମାଜ ର ଆଦର୍ଶ ବ୍ୟେକ୍ତି ହେବାକୁ ସଂକଳ୍ପ ନେବାକୁ କହିଥିଲେ। ରାଜ୍ୟ ସରକାର ଅନୁନ୍ନତ ଓ ପଛୁଆ ଅଂଚଳ ର ଗରିବ ଆଦିବାସୀ ମାନଙ୍କ ଶିକ୍ଷାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ୨୦୧୫ ମସିହାରେ ରାଜ୍ୟର ୩୧୪ ଗୋଟି ବ୍ଲକ ରେ ଆଦର୍ଶ ବିଦ୍ୟାଳୟ ଖୋଲିଥିଲେ। ଇଂରାଜୀ ମାଧ୍ୟମ ରେ ପିଲାଙ୍କ ପାଠପଢ଼ା ସହ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।ମୁଖ୍ୟ ବକ୍ତା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ର ଛାତ୍ରୀ ଶିକ୍ଷା ସହ କଳା ଓ କ୍ରୀଡା କୁ ମଧ୍ୟ ମୁଖ୍ୟ ବିଷୟ ଭାବେ ନେବାକୁ କହିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୫ ଟି ରେ ରୂପାନ୍ତର ପରେ ଶିକ୍ଷା ର ମାନ ଅଧିକ ଉନ୍ନତ ହୋଇଥିବା କହିଥିଲେ।ପୂର୍ବରୁ ଆୟୋଜିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିବାଂଶୁ ପଣ୍ଡା, ପୁଜାରିଣି ନାୟକ, ରୋହିତ ନାଗ ସହ ଅନ୍ୟମାନେ ସହଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!