ଯାଜପୁରରେ ଲୁଚିଥିଲା କାଶ୍ମୀର ଆତଙ୍କୀ

ଭୁବନେଶ୍ବର,୧୬।୧୨:କ୍ରାଇମବ୍ରାଞ୍ଚ ଏସଟିଫ୍ କବଜାରେ ସନ୍ଦିଗ୍ଧ କାଶ୍ମୀର ଯୁବକ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ, ଜାଲିଆତି ଏବଂ ଛଦ୍ମବେଶୀ ଯୁବକକୁ ଯାଜପୁର ଧର୍ମଶାଳାରୁ ଧରିଛି କ୍ରାଇମବ୍ରାଞ୍ଚ। ତା ନାଁ ସଇଦ ଇଶାନ ବୁଖାରୀ ଓ ତାଘର ଖୁପୱାଡାରେ ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ  |ଯାଜପୁରରେ ଲୁଚିଥିଲା କଶ୍ମୀରର ମୋଷ୍ଟ ୱାଣ୍ଟେଡ୍‌।   ଦୀର୍ଘ ୫ ବର୍ଷ ଧରି ନିଜକୁ ଡାକ୍ତର ସଜେଇ ରହୁଥିଲା ସଇଦ ଈଶାନ ବୁଖାରୀ। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଛି। ଏସ୍‌ଟିଏଫ୍‌ ତାକୁ ଗିରଫ କରି ତା’ର ଜନ୍ମକୁଣ୍ଡଳି ଘାଣ୍ଟୁଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆଇଜି ଜୟ ନାରାୟଣ ପଙ୍କଜ।କଶ୍ମୀର ଖୁପୱାଡାରେ ସଇଦ ଈଶାନ ବୁଖାରୀଙ୍କ ଘର। ସେ ବିଭିନ୍ନ ଅବରାଧୀକ କାର୍ଯ୍ୟରେ ଲିପ୍ତ ରହିଥିଲା। ପାକିସ୍ତାନୀ ଆତଙ୍କବାଦୀଙ୍କ ସହିତ ତା’ର ସମ୍ପର୍କ ରଖିଥିଲା। ଏଥିସହ ବିଭିନ୍ନ ଜାଲିଆତି କାର୍ଯ୍ୟରେ ମଧ୍ୟ ସମ୍ପୃକ୍ତ ଥିଲା। ଯେଉଁଥିପାଇଁ କଶ୍ମୀର ପୁଲିସର ୱାଣ୍ଟେଡ୍‌ ତାଲିକାରେ ଥିଲା ଈଶାନ୍‌। ଏହା ପରେ ସେ କଶ୍ମୀର ଛାଡ଼ି କେରଳ ପଳାଇ ଯାଇଥିଲା। ଆଉ ତା’ପରେ ବଦଳି ଯାଇଥିଲା ଈଶାନ୍‌ର ଚିତ୍ର ଓ ଚରିତ୍ର। ସେ କେତେବେଳେ ନିଜକୁ ସ୍ନାୟୁ ବିଶେଷଜ୍ଞ ଡାକ୍ତରର ପରିଚୟ ଦେଉଥିଲା ତ ଆଉ କେତେବେଳେ ପିଏମ୍‌ଓ ଅଫିସର କର୍ମଚାରୀ। ଆଉ କେତେବେଳେ ନିଜକୁ ସେନା ଡାକ୍ତର ବନାଉଥିଲା। କହିବାକୁ ଗଲେ ବହୁରୂପି ଏଣ୍ଡୁଅଙ୍କ ପରି ଜାଗା ଦେଖି ନିଜେ ପେସା ବଦଳାଉଥିଲା ସଇଦ ଈଶାନ ବୁଖାରୀ।ସେହିପରି ଉଚ୍ଚପଦସ୍ଥ ଏନଆଇଏ ଅଧିକାରୀଙ୍କ ସହ ତା’ର ସଂପର୍କ ଥିବା ବି ସେ କହୁଥିଲା। ତା ନିକଟରୁ ବହୁ ପରିମାଣର ଜାଲ୍ ଡକ୍ୟୁମେଣ୍ଟ ଜବତ ହୋଇଛି। ସେଥିରେ ରହିଛି- ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍, କିଛି ସାଧା କାଗଜରେ ଦସ୍ତଖତ ଥିବା ଡକ୍ୟୁମେଣ୍ଟ, ଆଫିଡେଭିଟ୍, ପରିଚୟ ପତ୍ର ଓ ବଣ୍ଡ ।ତା ସହ ସେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୬ ରୁ ୭ ଜଣଙ୍କୁ ବିବାହ କରିଥିବା ମଧ୍ୟ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ। ତାଙ୍କୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା ଜାରି ରହିଛି।STF ଦ୍ୱାରା ଗିରଫ ଯୁବକଙ୍କୁ ନେଇ କ୍ରାଇମବ୍ରାଞ୍ଚ IGଙ୍କ ପ୍ରେସମିଟ୍‌। ଗିରଫ ବୁଖାରୀର ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି କହିଲେ IG। ବୁଖାରୀ ବହୁତ ବଡ଼ ଠକ ଥିଲା, ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି। କାଶ୍ମୀର ଓ ପଞ୍ଜାବ ପୋଲିସ ସହ ବି ଯୋଗାଯୋଗରେ ଅଛୁ। ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ, ନିଜକୁ ଡାକ୍ତର କହୁଥିଲା । PMO ଅଧିକାରୀ ଓ NIA ଅଧିକାରୀଙ୍କ ନିକଟତମ ବି ବୁଖାରୀ କହୁଥିଲା ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ IG।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!