ଭୁବନେଶ୍ବର,୧୬।୧୨:ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଏକ ମହାଲଢ଼େଇ ଦେଖିବାକୁ ମିଳିପାରେ । ଏହି ଆସନ ପାଇଁ ଘମାଘୋଟ ଲଢ଼େଇ ହେବ । ବିଜେଡିରୁ ଶ୍ରୀମୟୀ ମିଶ୍ର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବେ । ଶ୍ରୀମୟୀଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏମ୍ପି ପ୍ରାର୍ଥୀ ଭାବେ ବାଛିଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ସେ କହିଛନ୍ତି, ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି ।ଏକାମ୍ର ନିର୍ବାଚନମଣ୍ଡଳୀର ବିଜେବି ନଗର ଅଂଚଳର ୫୬ନମ୍ବର ୱାର୍ଡରେ ବିଜେଡି ପଦଯାତ୍ରାବେଳେ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ ଆସନର ବିଜେଡି ପ୍ରାର୍ଥୀ ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇସାରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା କରିବାକୁ ଶ୍ରୀମୟୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ସେ ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରିଛନ୍ତି । କେବଳ ସେତିକି ନୁହେଁ ଶ୍ରୀମୟୀଙ୍କୁ ସେ ନିଜ ଝିଅ ବୋଲି ପରିଚିତ କରାଇଥିଲେ । ତାଙ୍କ ଝିଅ ଶ୍ରୀମୟୀ ଆଗାମୀ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ ଆସନରୁ ପ୍ରାର୍ଥୀ ହେଉଛି । ସେ ଯେଭଳି ଅଧିକ ଭୋଟ୍ ପାଇ ବିଜୟୀ ହେବ, ସେଥିପାଇଁ ସମସ୍ତେ ଆଶୀର୍ବାଦ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ । ଅବଶ୍ୟ ବିଜେଡି ଏପର୍ଯ୍ୟନ୍ତ ଶ୍ରୀମୟୀଙ୍କ ପ୍ରାର୍ଥୀତ୍ୱ ନେଇ ଆନୁଷ୍ଠାନିକ ଘୋଷଣା କରିନି । ମାତ୍ର ଯେଉଁ ଢଙ୍ଗରେ ଶ୍ରୀମୟୀଙ୍କୁ ଦଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଜୋରଦାର ଢଙ୍ଗରେ ଓହ୍ଲାଇଛି ଓ ଶ୍ରୀମୟୀ ମାରାଥନ୍ ପଦଯାତ୍ରା ଓ କର୍ମୀ ସମ୍ମିଳନୀ କରୁଛନ୍ତି ସେଥିରୁ ତାଙ୍କର ପ୍ରାର୍ଥୀତ୍ୱ ନେଇ ଗ୍ରୀନ୍ ସିଗନାଲ ମିଳିଥିବା ସ୍ପଷ୍ଟ ହୋଇଯାଇଛି ।ଅନ୍ୟପକ୍ଷେ ଭାଜପାର ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଅପରାଜିତା ଷଡଙ୍ଗୀ ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଛି।ତେବେ ରାଜଧାନୀରେ ଅପରାଜିତାଙ୍କୁ ଚେକ୍ ଦେବା ପାଇଁ ବିଜେଡି ଜଣେ ଦକ୍ଷ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଛି । ସେଥିପାଇଁ କିଛିମାସ ତଳେ ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱରର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଶ୍ରୀମୟୀଙ୍କୁ ଦାୟିତ୍ୱ ଦେଇଥିଲେ ।ନୂଆ ନିଯୁକ୍ତି ପାଇବା ପେରେ ପରେ ଅପରାଜିତା-ଶ୍ରୀମୟୀଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ଅପରାଜିତା ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ବିଜେଡି ସରକାର ଉପରେ ଆକ୍ରମଣ କରିଥିବା ବେଳେ ଶ୍ରୀମୟୀ ମଧ୍ୟ ଅପରାଜିତାଙ୍କୁ ଛାଡ଼ିନଥିଲେ । ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଏକ ବଡ଼ ଖବର । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବରିଷ୍ଠ ନେତା ମନ୍ତ୍ରୀ ଅଶୋକ ପ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |