ଭୁବନେଶ୍ୱର,୧୯।୧୨: ଭୁବନେଶ୍ୱର STF ଅଫିସ୍ରେ ପହଞ୍ଚିଲା ଆତଙ୍କୀ ବୁଖାରୀ। ଯାଜପୁର ରଗଡ଼ି ଜେଲ୍ରୁ ବୁଖାରୀକୁ ଆଣି ପହଞ୍ଚିଲା ଏସ୍ଟିଏଫ୍। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣିଛି। ସୂଚନା ଥାଉକି, ଗତ ୧୬ ତାରିଖ ଦିନ ଏହି କାଶ୍ମୀରୀ ଆତଙ୍କବାଦୀ ଗିରଫ ହୋଇଥିଲା । ଆଉ ସବୁଠୁ ଆଶ୍ଚର୍ୟ୍ୟଜନକ ଘଟଣା ହେଉଛି ଗିରଫ ହୋଇଥିବା ଆତଙ୍କବାଦୀର ଲିଙ୍କ ପାକିସ୍ତାନ ପର୍ୟ୍ୟନ୍ତ ଲମ୍ବିଛି । ଯାଜପୁରର ନେଉଳପୁର ଅଞ୍ଚଳରୁ ଏହି ଆତଙ୍କବାଦୀଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଥିଲା । ଏହି କଶ୍ମୀର ଆତଙ୍କବାଦୀ ସୟଦ୍ ଇସାନ ବୁଖାରୀ ପୁଲିସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ଥିଲା।ବୁଖାରୀ ନିକଟରୁ ଅନେକ ନକଲି ବିଦେଶୀ କାଗଜପତ୍ର ଜବତ କରାଯାଇଛି । କେବେ ନିଜକୁ ଡାକ୍ତର ତ’ କେବେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟଳୟର ଅଧିକାରୀ ବୋଲି ବୁଖାରୀ ନିଜର ପରିଚୟ ଦେଉଥିଲା। ତେବେ ଅଭିଯୁକ୍ତଙ୍କର ୬ ରୁ ୭ ଜଣ ସ୍ତ୍ରୀ ରହିଛନ୍ତି । ସେ କାଶ୍ମୀର, ୟୁପି, ମହାରାଷ୍ଟ୍ର ସମେତ ଓଡ଼ିଶାରେ ମଧ୍ୟ ବିବାହ କରିଥିବା ଜଣାପଡ଼ିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |