ଡାବୁଗାଁ ବ୍ଳକର ପାରିଆବେଡା ଗ୍ରାମରେ ପାଳିତ ହେଲା ମାଁ ଠାକୁରାଣୀଙ୍କ ବଅଁଳାନୀ ଯାତ୍ରା

ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୧୯।୧୨ :ଡାବୁଗାଁ ବ୍ଲକର ପାରିଆବେଡା ଗ୍ରାମରେ ଆଜି ସ୍ବଛତାର ପର୍ବ ବଅଁଳାନୀ ଯାତ୍ରା ପାଳିତ ହୋଇ ଯାଇଛି। ଗାଁ ପରିବେଶକୁ ନିର୍ମଳ ରଖିବା ଏବଂ ରୋଗମୁକ୍ତ ରଖିବା ପାଇଁ ଏହି ପର୍ବ ନବରଙ୍ଗପୁର ଜିଲ୍ଲାର ଅନେକ ସ୍ଥାନରେ ପାଳନ କରାଯାଏ। ଗୋ ପୂଜନ ପର୍ବ ଦିଆଲି ପୂର୍ବରୁ ପାଳନ ହେଉଥିବା ଏହି ପର୍ବ କୁ ବଡ଼ ବଅଁଳାନୀ ବୋଲି କୁହାଯାଏ। ଗାଁ ର ମାଁ ଠାକୁରାଣୀଙ୍କ ମନ୍ଦିର ରୁ ଗାଁ ପରିକ୍ରମା କରି ମାଁ ଙ୍କ ଶିରା, ଭୈରବ ଶିରା ଏବଂ ଗାଁ ବାସୀ ଗାଁ ର ଶେଷ ପ୍ରାନ୍ତରେ ପୂଜା ଅର୍ଚ୍ଚନା କରି ଯାତ୍ରା ର ସମାପ୍ତି କରିଥିଲେ। ସେଠାରେ ଗାଁ ପରିବେଶକୁ ନିର୍ମଳ ରଖିବା ପାଇଁ ଗାଁ ର ଅଳିଆ ଆବର୍ଜ୍ଜନା କୁ ବିସର୍ଜନ କରାଯାଇଥିଲା।ଏହି ପର୍ବ ପାରିଆବେଡା,ମାଝିଗୁଡା ଏବଂ ମରିଗୁଡା ତିନିଖଣ୍ଡ ଗ୍ରାମର ଗ୍ରାମ ବାସୀ ଏକତ୍ରୀତ ହଇ ପାଳନ କରିଥିଲେ ।ଯଥା ଗ୍ରାମବାସୀ ମାନେ ହେଲେ ସନୁ ପୂଜାରୀ,କମଲୁ ପୂଜାରୀ,ସମନାଥ ସିରା,ମକରନ୍ଦ ସିରା,ସଲିମଧର ଭତ୍ରା,ନିଲମ ଭତ୍ରା,ଦୁଲବ ଗୌଡ଼,ଜଗବନ୍ଧୁ ପନକା,ଅର୍ଜୁନ ରନ୍ଧାରୀ,ଲଖମୀ ଭତ୍ରା, ସୁକୁରୁ ସିରା,ସନ୍ୟାସୀ ମାଝୀ ସମେତ ତିନିଖଣ୍ଡ ଗ୍ରାମର ସତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!