ଭୁବନେଶ୍ୱର,୨୦।୧୨ : ରାଜ୍ୟରେ ଜାରି ରହିଛି ଶୀତ। ଗତକାଲି ରାତିରେ ରାଜ୍ୟର ୧୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଛି। ଜି. ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର। ଗତକାଲି ରାତିରେ ଏଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିଥିଲା।ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ର କିରେଇରେ ୭.୫, ଅନୁଗୋଳ ଓ କୋରାପୁଟରେ ୮, ସେମିଳିଗୁଡ଼ାରେ ୮.୪, ଦାରିଙ୍ଗବାଡ଼ିରେ ୮.୫, କେନ୍ଦୁଝର ଓ ରାଉରକେଲାରେ ୮.୬, ସୁନ୍ଦରଗଡ଼ରେ ୮.୮ ଡିଗ୍ରୀ, ଭବାନୀପାଟଣାରେ ୮.୯, ରାଣୀତାଲରେ ୯ ଓ ଝାରସୁଗୁଡ଼ାରେ ୯.୨ ଡିଗ୍ରୀ ରେକର୍ଡ କରାଯାଇଛି। ସୋନପୁରରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି।ଗତକାଲି କଟକ ଓ ଭୁବନେଶ୍ୱରରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ରାତିରେ ଟ୍ୱିନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଥିଲା।ସେହିପରି ସମ୍ବଲପୁରରେ ସର୍ବନିମ୍ନ ରାତ୍ର ତାପମାତ୍ରା ୧୨.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବରଗଡ଼ରେ ୧୧.୭, ବଲାଙ୍ଗିରରେ ୧୧, ଟିଟିଲାଗଡ଼ରେ ୧୨.୫, ନବରଙ୍ଗପୁରରେ ୧୨, ମାଲକାନଗିରିରେ ୧୩.୯, ପାରାଳାଖେମୁଣ୍ଡିରେ ୧୪, ନୟାଗଡ଼ରେ ୧୩.୫, ତାଳଚେରରେ ୧୧.୪, ଢେଙ୍କାନାଳରେ ୧୧.୯, ଭଦ୍ରକରେ ୧୨.୫, ବାଲେଶ୍ୱରରେ ୧୦.୮,ଯାଜପୁରରେ ୧୪.୨, ଜଗତସିଂହପୁରରେ ୧୨.୨, ଖୋର୍ଦ୍ଧାରେ ୧୪, ପୁରୀରେ ୧୬.୨, ଗୋପାଳପୁରରେ ୧୫.୧ ଡିଗ୍ରୀ ରେକର୍ଡ କରାଯାଇଛି।ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ,ଚଳିତ ବର୍ଷର ପ୍ରଥମ ତୁଷାର ପାତ ଜନଜୀବନ ଅସ୍ତବ୍ୟସ୍ତ ଦାରିଙ୍ଗବାଡ଼ି ଅଂଚଳରେ ଚଳିତବର୍ଷର ପ୍ରଥମ ତୁଷାରପାତ ହୋଇଛି। ଦାରିଙ୍ଗବାଡ଼ିରେ ଆଜି ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରହିଥିବା ଆଭ୍ୟନ୍ତରୀଣ ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସେହିଭଳି ଜି. ଉଦୟଗିରିରେ ତାପମାତ୍ରା ୫ଡିଗ୍ରୀ କୁ ଖସି ଆସିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |