ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଆଜିଠୁ ଦେବ ନିମନ୍ତ୍ରଣ

ପୁରୀ,୨୬।୧୨: ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପ୍ରକଳ୍ପ ଲାଗି ଆଜିଠୁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ। ଭାରତବର୍ଷର ବିଭିନ୍ନ ମନ୍ଦିର, ୪ ଧାମ ଓ ୧୨ଟି ଜ୍ୟୋତିଲିଙ୍ଗ, ଦାରୁ ଆସିଥିବା ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀ।ଏହି ଧାର୍ମିକ କାର୍ଯ୍ୟ ଲାଗି ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଜଗତଗୁରୁ ଶଙ୍କରାଚାର୍ୟ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇ ସାରିଛି।ସେହିପରି ଏହି କ୍ରମରେ ମାର୍ଗଶିର ପୂର୍ଣ୍ଣିମା ଅର୍ଥାତ ଆଜି ଠାରୁ ଦେଶର ପ୍ରମୁଖ ଦେବପୀଠଗୁଡ଼ିକୁ ନିମନ୍ତ୍ରଣ ନିମନ୍ତେ ୩୦ଟି ଟିମ୍‌ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରା ଆରମ୍ଭ କରିବେ। ତେବେ ଏହି ନିମନ୍ତ୍ରଣ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି। ନିମନ୍ତ୍ରଣ ବାର୍ତ୍ତା ଓ ପତ୍ର ବଣ୍ଟନ ଦାୟିତ୍ୱରେ ଥିବା ଟିମ୍‌ ଆଜି ସକାଳୁ ପ୍ରଥମେ ଏକାମ୍ର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ଭୁବନେଶ୍ୱରରେ ପହଞ୍ଚିଥିଲେ। ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ। ଏହାପରେ ପ୍ରତ୍ୟେକ ଟିମ୍‌ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ରହିଛି। ଆଜି ସକାଳ ୮ଟା ୩୦ ମିନିଟରେ ଦେଶ ତଥା ଦେଶ ବାହାର ବିଭିନ୍ନ ମୁଖ୍ୟ ମନ୍ଦିରର ପ୍ରମୁଖ ସ୍ଥାନକୁ ନିମନ୍ତ୍ରଣ ପତ୍ର ନେଇଯିବା ପାଇଁ ଯାତ୍ରା ଆରମ୍ଭ ହୋଇଛି। ସର୍ବ ପ୍ରଥମେ ଶ୍ରୀଜିଉଙ୍କ ନିମନ୍ତ୍ରଣ କରାଯାଇଥିଲା। ଏହାପରେ ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧୀକାରୀମାନଙ୍କର ଏକ ଟିମ୍ ବାହାରିଥିଲେ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ସେବାୟତ ଓ ଅଧିକାରୀ ମାନେ ସେଠାରେ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!