ଭୁବନେଶ୍ୱର,୨୭।୧୨: ନୂଆ ବର୍ଷ ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରାସ୍ତାରେ ବୁଲିବ ସିପିଙ୍କ ସ୍କ୍ୱାଡ୍ । ଜିରୋ ନାଇଟ ପାଇଁ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ନୂଆ ବର୍ଷରେ ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ରଫ୍ ଡ୍ରାଇଭିଙ୍ଗ ଓ ରୋଡ ରୋମିଓଙ୍କ ଉପରେ ପୁଲିସର କଡ଼ା ନଜର ରହିବ । ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।ଏନେଇ ସୂଚନା ଦେଲେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ମଦୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ଵରର ବିଭିନ୍ନ ରାସ୍ତାକୁ ଜାମ କରାଯାଇ ଚେକିଂ କରାଯିବ । ଯେଉଁମାନେ ମଦ ପିଇ ଗାଡି ଚାଳନା କରୁଥିବେ ସେମାନଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠନ । ନୂଆ ବର୍ଷକୁ ସ୍ୱାଗତ ପାଇଁ ସମସ୍ତେ ସେଲିବ୍ରେସନ କରନ୍ତୁ । ହେଲେ ଶାନ୍ତିଶୃଙ୍ଖଳାରେ ସେଲିବ୍ରେସନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତଙ୍କୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |