ଆରଡ଼ି,୨୭।୧୨: ବୁଧବାର ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭଦ୍ରକ ଗସ୍ତରେ ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଲୋକଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏପରିକି ଫେବ୍ରୁଆରୀ ଶେଷ ସୁଦ୍ଧା ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ ହେବ ବୋଲି ସେ କହିଛନ୍ତି। ଆଜି ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗ୍ରସ୍ତରେ ଯାଇଥିବା ବେଳେ ପ୍ରଥମେ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଥିଲେ। ପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ତା’ପରେ ଆରଡ଼ି ଠାରେ ସାଧାରଣ ସଭାରେ ଯୋଗ ଦେଇଥିଲେ। ପରେ ପରେ ଧାମନଗର ନିର୍ବାଚନ ମଣ୍ଡଳୀ ଅସୁରାଳି ଠାରେ ସାଧାରଣ ସଭାରେ ବି ସାମିଲ ହୋଇଥିଲେ। ସଭାରେ ପହଁଚିବା ପୂର୍ବରୁ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିଥିଲେ। ଏଥିପାଇଁ ରାଜ୍ୟ ସରକାର ୫୦କୋଟି ଟଙ୍କା ଅନୁମୋଦନ କରିଥିବା କହିଛନ୍ତି ୫-ଟି ଅଧ୍ୟକ୍ଷ ତଥା ଆମ ଓଡ଼ିଶା, ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ବୁଧବାର ଭିକେ ପାଣ୍ଡିଆନ ଭଦ୍ରକ ଗସ୍ତ କରି ଆରଡ଼ିପୀଠର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆଯାଇଥିବା ୬କୋଟି ଟଙ୍କାରେ ମନ୍ଦିର ପରିସର ସିଂହଦ୍ବାର, ଶ୍ରାବଣୀମଣ୍ଡପ, ଚାରିଦ୍ବାର ଗୁମୁଟ ଆଦି ନୂଆରୂପ ନେଇ ଝଟକୁଥିବା ବେଳେ ଏବେ ମନ୍ଦିର ଚତୁଃପାର୍ଶ୍ବର ପରିକ୍ରମା ପ୍ରକଳ୍ପ, ଶିବପ୍ଳାଜା, ଶିବଗଙ୍ଗା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, ଗାଡି ପାର୍କିଂ ଆଦି ପାଇଁ ୧୮କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିସହ ବିସ୍ଥାପିତମାନଙ୍କୁ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯିବ। ସେହିପରି ଧାନଖଣିଆ ସାଳନ୍ଦୀ ନଦୀଘାଟରେ ସେତୁ ନିର୍ମାଣ ପାଇଁ ୮୦କୋଟି ଟଙ୍କା ପଞ୍ଚୁଟିକିରି ମନ୍ତେଇନଦୀ ଘାଟର ସେତୁ ନିର୍ମାଣ ପାଇଁ ୫୦କୋଟି ଟଙ୍କା ସହ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା, ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ ପାଇଁ ପାଖାପାଖି ୩ଶହ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସାଧାରଣ ସଭାରେ କହିଥିଲେ ପାଣ୍ଡିଆନ। ମୋଟ ୩୫୦କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ପାଣ୍ଡିଆନ କହିଛନ୍ତି।ସେହିପରି ଆସନ୍ତା ଫେବୃଆରୀରୁ ଚାନ୍ଦବାଲି ବ୍ଲକ ସହ ଭଦ୍ରକ ଜିଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବ। ଏହି ବସ୍ରେ ମହିଳାମାନଙ୍କ ସହ କଲେଜ ପିଲା ମାତ୍ର ୫ ଟଙ୍କାରେ ଯାତ୍ରା କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |