କଂଗ୍ରେସରେ ଯୋଗ ଦେବେ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା ଜାନୁଆରି ୪ ତାରିଖରେ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି। ୱାଇଏସ୍‌ ଶର୍ମିଲା ଏବେ ୱାଇଏସ୍‌ଆର୍‌ ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ସଭାପତି ଅଛନ୍ତି। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଏହାର କିଛି ଦିନ ପରେ ରାଜ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ଗୁରୁତ୍ବ ଶେଷ ହୋଇଛି। ଏହାରି ମଧ୍ୟରେ ୱାଇଏସ୍‌ ଶର୍ମିଲା ଆଜି ସକାଳ ୧୧ଟାରେ ଦଳର ସମସ୍ତ ନେତାଙ୍କ ସହ ଏକ ବୈଠକ ଡାକିଛନ୍ତି। ଯେଉଁଥିରେ ଦଳର ମିଶ୍ରଣ ଏବଂ ଭବିଷ୍ୟତର କାର୍ଯ୍ୟକଳାପ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!