ନୂଆଦିଲ୍ଲୀ,୩।୧:ହିଣ୍ଡେନବର୍ଗ-ଆଦାନୀ ଗ୍ରୁପ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ । ଏହି ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ମିଳିଛି ।ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନ୍ବର୍ଗ ରିସର୍ଚ୍ଚର ଅଭିଯୋଗ ମାମଲାରେ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ(ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ବୁଧବାର ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସେବି ତଦନ୍ତରେ ସନ୍ଦେହ କରିବାର କୌଣସି କାରଣ ନାହିଁ। ଏଥିସହ ସେବି ପରିବେର୍ତ୍ତ ସ୍ପେସାଲ ଇନ୍ଭେଷ୍ଟିଗେସନ୍ ଟିମ୍(ଏସଆଇଟି)କୁ ତଦନ୍ତ ଭାର ହସ୍ତାନ୍ତର କରିବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି କୋର୍ଟ। ଅଦାଲତ ସେବିକୁ ୨୨ଟି ମାମଲାର ତଦନ୍ତ ଭାର ହସ୍ତାନ୍ତର କରିଥିଲେ, ଯେଉଁଥିରୁ ଆଉ ୨ଟି ମାମଲାର ତଦନ୍ତ ବାକି ଅଛି। ୩ ମାସ ମଧ୍ୟରେ ବାକି ମାମଲାର ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟ ସେବିକୁ ନିର୍ଦ୍ଦେଶ ଦେଇଛନ୍ତି।ଆଦାନୀ ଗ୍ରୁପ୍ ଷ୍ଟକ୍ ପ୍ରାଇସ୍ ଜାଲିଆତି କରିଥିବା ଅଭିଯୋଗକୁ ନେଇ ସୃଷ୍ଟି ହୋଇଥିବା ଆଦାନୀ-ହିଣ୍ଡେନ୍ବର୍ଗ ବିବାଦ ଉପରେ ଆଗତ କେତେକ ପିଟିସନ୍ର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |