ମୟୁରଭଞ୍ଜ , ୪ା୧: ଦୁଆରଶୁଣୀ ଘାଟି ନିକଟରେ ୨ ଟ୍ରକ ମୁହାଁମୁହିଁ ହୋଇଛି । ତେବେ ଏହି ଦୁର୍ଘଟଣାରେ ଜୀବନ୍ତ ଜଳିଯାଇଛନ୍ତି ଡ୍ରାଇଭର । ତେଲ ବୋଝେଇ ଟ୍ୟାଙ୍କର ଏବଂ ଟ୍ରକ ପରସ୍ପର ସହ ଧକ୍କା ହୋଇଥିଲେ । ଦୁର୍ଘଟଣା ହେବା ପରେ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ତେବେ ଏହି ନିଆଁରେ ଟ୍ୟାଙ୍କର ଡ୍ରାଇଭର ଜଳିଯାଇଥିବା ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ୨ଟି ଟ୍ରକ୍ ୨୦ ଫୁଟ ତଳକୁ ଖସି ଯାଇଥିଲା। ଏହାପରେ ସେଥି ମଧ୍ୟରୁ ଗୋଟିଏ ଟ୍ରକ୍ରେ ନିଆଁ ଲାଗି ଡ୍ରାଇଭର ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି। ଅନ୍ୟ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି।ଆଜି ସକାଳ ପ୍ରାୟ ୮ଟା ପରେ ଏକ ତେଲ ବୋଝେଇ ଟ୍ରକ୍ ଓ ଏକ ଟ୍ୟାଙ୍କର କେନ୍ଦୁଝରରୁ ବାରିପଦା ଅଭିମୁଖେ ଆସୁଥିଲେ। ମାତ୍ର ବାଙ୍ଗିରିପୋଷି ଘାଟିରେ ତଳକୁ ଓହ୍ଲାଉଥିବା ବେଳେ ପାଖାପାଖି ଥିବା ୨ଟି ଗାଡ଼ି ଭାରସାମ୍ୟ ହରାଇ ବସି ୨୦ ଫୁଟ ତଳକୁ ଖସି ପଡ଼ିଥିଲେ।ଏହାପରେ ତତ୍କ୍ଷଣାତ ତେଲ ବୋଝେଇ ଟ୍ରକ୍ରେ ନିଆଁ ଲାଗି ଜଳିଯିବା ସହ ଡ୍ରାଇଭର ଜଳି ଯାଇଛନ୍ତି। ବିଶୋଇ ଓ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।ତେଲ ବୋଝେଇ ଟ୍ରକ୍ଟି ହୁତୁହୁତୁ ହୋଇ ଜଳୁଥିବାରୁ ସଙ୍ଗେସଙ୍ଗେ ନିଆଁକୁ କାବୁ କରିବା ସମ୍ଭବପର ହୋଇ ପାରିନି। ତେଣୁ ଟ୍ରକ୍ ଭିତରେ ଥିବା ମୃତଦେହକୁ ଉଦ୍ଧାର କରାଯାଇ ପାରିନି। ଏଥିସହ ଟ୍ରକ୍ ତଳେ ଅନ୍ୟ ଜଣେ ଡ୍ରାଇଭର ଚାପି ହୋଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କୁ ମଧ୍ୟ ଉଦ୍ଧାର କରିବା ସମ୍ଭବପର ହୋଇ ପାରିନି।ଟ୍ରକ ଦୁଇଟି ଯାକ କେନ୍ଦୁଝର ପଟୁ ଘାଟି ରାସ୍ତା ଓହ୍ଲାଉ ଥିବା ବେଳେ ସେମାନେ କେଉଁଠି କୁ ଯାଉଥିଲେ ଏବଂ କେଉଁଠାରୁ ଆସୁଥିଲେ ତାହା ସଠିକ ଜଣା ପଡ଼ିନାହିଁ। ଉଭୟ ଗାଡ଼ି ଡ୍ରାଇଭରଙ୍କ କିଛି ପତ୍ତା ମିଳିନାହିଁ। ଘାଟି ରାସ୍ତାରେ ଯାତାୟତରେ ବାଧା ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |