କ୍ୟାପିଟାଲ୍‌ ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର,୭।୧:ଡାକ୍ତରଙ୍କ ଔଷଧର ନାଁ ସ୍ପଷ୍ଟ ଭାବେ ଲେଖିବା ଉପରେ ଗୁରୁତ୍ୱ ଦେଲେ ମାନ୍ୟବର ହାଇକୋର୍ଟ। ପ୍ରେସକ୍ରିପସନ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ ଭାବେ ଲେଖିବାକୁ ମାନ୍ୟବର ହାଇକୋର୍ଟ ଆଜି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଏନେଇ ସମସ୍ତ ଡାକ୍ତର ମାନଙ୍କୁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ ବୋଲି ଏଥିରେ ନିର୍ଦ୍ଦେଶ ରହିଛି |ଡାକ୍ତରଙ୍କ ହାତ ଲେଖା ପ୍ରେସ୍‌କ୍ରିପ୍‌ସନ୍‌କୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଦେଖାଯାଇଥାଏ। କାରଣ ସେମାନଙ୍କ ହାତ ଲେଖାକୁ କେହି ଠିକ୍‌ରେ ପଢ଼ି ପାରନ୍ତି ନାହିଁ। ଏହାକୁ ନେଇ ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ। ପ୍ରେସ୍‌କ୍ରିପ୍‌ସନ୍‌ ଓ ଅନ୍ୟାନ୍ୟ ରିପୋର୍ଟ ଗୋଡ଼ିକୁ ସ୍ପଷ୍ଟଭାବେ ବା କେପିଟାଲ୍‌ ଅକ୍ଷରରେ(ସମସ୍ତେ ପଢ଼ି ପାରୁଥିଲା ପରି ଅକ୍ଷରରେ) ଲେଖିବାକୁ ରାଜ୍ୟରେ କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟର ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିବାକୁ କୋର୍ଟ କହିଛନ୍ତି। ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ୍‌ ସମ୍ବନ୍ଧୀୟ (ମେଡିକୋ-ଲିଗାଲ) ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ବା ଟାଇପ୍‌ ପଦ୍ଧତିରେ ଲେଖିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ତେବେ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିନାହାନ୍ତି କୋର୍ଟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!