ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୮।୧:ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଡାବୁଗାଁରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ |ଏଥିରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ଉପସ୍ଥିତ ରହି ୨୮ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ଯୁଗ୍ମ ଅଭିଯୋଗ ଶୁଣାଣି ବିଷୟରେ ଜଣସାଧାରଙ୍କୁ ପୂର୍ବ ସୂଚାନା ଦେବା ଭୁଲି ଗଲେ ବ୍ଲକ ପ୍ରଶାସନ। ପୂର୍ବରୁ ସୂଚନା ପାଇଥିଲି ଆଜି ବ୍ଲକ କାର୍ଯ୍ୟାଳୟ ଜନଶୂନ୍ୟ ହାଇନଥାନ୍ତା ବଳି ସ୍ଥାନେ ସ୍ଥାନେ ଆଲୋଚନା ହେଉଛି। ଅଭିଯୋଗ ଶୁଣିବାକୁସାରକାରୀ ଅଧିକାରୀ ତ ଥିଲେ କିନ୍ତୁ ଅଭିଯୋଗ କରି ନଥିଲେ କହିଲେ କିଛି ଖରାପ ହେବ ନାହିଁ।ଯାହାବି ହେଉ ଆଜି୨୮ ଟି ଅଭିଯୋଗ ମଧ୍ୟରୁ ୧୯ ଟି ଅଭିଯୋଗ ବ୍ୟକ୍ତିଗତ ୯ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ୨ ଅଭିଯୋଗର ସିଧାସଳଖ ସାଧନ କରାଯାଇଥିଲା ଏବଂ ଜଣେ ଦିବ୍ୟାଙ୍ଗକୁ ହୁଈଳଚେର ପ୍ରଦାନ କରା ଯାଇଥିଲା। ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ କୋମଲ ଲଚନ ମିଶ୍ରଙ୍କ ସହ ଆରକ୍ଷୀ ଅଧିକାରୀ, ଡାବୁଗାଁ ବିଡ଼ିଓ, ଡାବୁଗାଁ ତହସିଲଦାରଙ୍କ ସହ ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |