ନବରଙ୍ଗପୁର , ୯।୧ : ଆଗାମୀ ଦିନରେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢିବ । ଏନେଇ ନବରଙ୍ଗପୁର ଫାଇଭ-ଟି ଅଧ୍ୟକ୍ଷଙ୍କ ବଡ ଘୋଷଣା କରିଛନ୍ତି । କମ୍ୟୁନିଟି ସେଣ୍ଟର କର୍ମଚାରୀଙ୍କ ମଧ୍ୟ ଦରମା ବଢିବ ବୋଲି କୁହାଯାଉଛି । ଏମବିକେ ଏବଂ ସିଆରପିଙ୍କ ଦରମା ବୃଦ୍ଧି ପାଇଁ ଯୋଜନା ଚାଲିଛି । ଏହାବ୍ୟତୀତ ସରକାର ପାଚିକାଙ୍କ ଦରମା ମଧ୍ୟ ବୃଦ୍ଧି କରିବେ ।ଖୁବ୍ଶୀଘ୍ର ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ସହ ଅଙ୍ଗନବାଡ଼ି ଓ ଆଶାଦିଦିଙ୍କ ଦରମା ବଢିବ। ଏନେଇ ନବରଙ୍ଗପୁରରେ ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି, ଆଶାଦିଦି,କମ୍ୟୁନିଟି ସେଣ୍ଟର, ଏମ୍ବିକେ ଓ ସିଆରପିଙ୍କ ଦରମା ବୃଦ୍ଧି ପାଇଁ କରାଯିବ। ରାଜ୍ୟ ସରକାର ଏଦିଗରେ କାମ କରୁଛନ୍ତି। ନବରଙ୍ଗପୁର ଉମରକୋଟରେ ଆୟୋଜିତ ସାଧାରଣ ସଭାରେ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏହି ଘୋଷଣା କରିଛନ୍ତି।ଉମରକୋଟ ସାଧାରଣ ସଭାରେ ୫ଟି ଅଧ୍ୟକ୍ଷ କହିଛନ୍ତି ଭତ୍ତା ପାଉଥିବା ଜେଜେ ବାପା, ଜେଜେ ମାଆମାନେ ଖୁବ୍ଶୀଘ୍ର ଖୁସି ଖବର ପାଇବେ। ମଧୁବାବୁ ପେନ୍ସନ ଯୋଜନାରେ ଭତ୍ତା ଟଙ୍କା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଉଛନ୍ତି। ଏଥି ସହିତ ଏଏନଏମ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମ୍ବିକେ ଓ ସିଆରପିଙ୍କ ସମେତ ସମସ୍ତ କମ୍ୟୁନିଟି ସପୋର୍ଟ କର୍ମୀଙ୍କ ଦରମା ବୃଦ୍ଧି ହେବ।ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ଠିକ୍ ଭାବେ କରନ୍ତୁ। ଆପଣଙ୍କ କଥା ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି। ଖୁବ୍ଶୀଘ୍ର ଆପଣମାନଙ୍କୁ ଖୁସି ଖବର ମିଳିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |