ଆଜିଠୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ

ପଟ୍ଟାମୁଣ୍ଡାଇ,୧୦।୧:କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କାର୍ଯ୍ୟ ଆଜି ସକାଳୁ ଆରମ୍ଭ ହୋଇଛି। ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ାରେ ଗଣନା କାର୍ଯ୍ୟରେ ୨୨ଟି ଟିମ୍ ସାମିଲ୍ ହୋଇଛନ୍ତି। ଏହି କୁମ୍ଭୀର ଗଣନା କାର୍ଯ୍ୟ ଆଗାମୀ ୩ ଦିନ ଯାଏଁ ଚାଲିବ।ସେହିପରି ରାଜ୍ୟର ବିଭିନ୍ନ ବନାଞ୍ଚଳରେ ଚାଲିଛି ପକ୍ଷୀ ଗଣନା। ଆଜି ସକାଳୁ ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ ଗଣନା ଚାଲିଛି। ରେଢ଼ାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ହେଉଛି।ଚିଲିକା, ଅସ୍ତରଙ୍ଗ ସମେତ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଜାରି ରହିଥିବା ବେଳେ ଭିତରକନିକାରେ ଏବେ କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି । ଅଭୟାରଣ୍ୟର ମୋଟ ୪ଟି ରେଞ୍ଜରେ ପକ୍ଷୀଗଣନା କରାଯାଉଛି । ଗହୀରମଥା, ଭିତରକନିକା, ରାଜନଗର ଏବଂ ମହାକାଳପଡ଼ାରେ କେତୋଟି କୁମ୍ଭୀର ଅଛନ୍ତି, ଏହା ଜାଣିବା ପାଇଁ ମୋଟ ୨୨ଟି ଟିମ ଏହାର ଗଣନା ଜାରି ରଖିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହି କୁମ୍ଭୀର ଗଣନା ଜାରି ରହିବ ବୋଲି ଜାଣିବାକୁ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!