ଆଣ୍ଡାମାନରେ ଭୂକମ୍ପ,ରିକ୍ଟର ସ୍କେଲରେ ତୀବ୍ରତା ୪.୧

ନୂଆଦିଲ୍ଲୀ,୧୦।୧: ଆଣ୍ଡାମାନ ଏବଂ ନିକୋବରରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେ ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ସକାଳ ୭.୫୩ ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ମାପ କରାଯାଇଛି। ଏପର୍ଯ୍ୟନ୍ତ ଆଣ୍ଡାମାନରେ ହୋଇଥିବା ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ।  ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଏହି ସୂଚନା ଦେଇଛି। ଏନସିଏସ କହିଛି ଯେ, ସକାଳ ୭.୫୩ରେ ଆଣ୍ଡାମାନ ଦ୍ୱୀପରେ ଭୂକମ୍ପ ଅନୁଭୂତ ହୋଇଛି। ଆଣ୍ଡାମାନ ଦ୍ୱୀପପୁଞ୍ଜରେ ୫୭୨ ଟି ଦ୍ୱୀପ ଅଛି, ସେଥିମଧ୍ୟରୁ ୩୮ ଟି ଦ୍ୱୀପପୁଞ୍ଜ ଲୋକ ବାସ କରନ୍ତି। ଏହାପୂର୍ବରୁ ନଭେମ୍ବର ମାସରେ ଆଣ୍ଡାମାନ ଏବଂ ନିକୋବରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ନଭେମ୍ବର ୧୯ ରେ, ଆଣ୍ଡାମାନ ଏବଂ ନିକୋବରରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ତେବେ ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ମିଳିନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!