ନୂଆଦିଲ୍ଲୀ,୧୧।୧: ଭାରତ-ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି। ଆଜି ମୋହାଲିରେ ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ। ଏହି ଦୁଇ ଦଳ ମଧ୍ୟରେ ଗୁରୁବାରଠୁ ମୋହାଲି, ଇନ୍ଦୋର ଓ ବେଙ୍ଗାଲୁରୁରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବ। ପ୍ରଥମ ଥର ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ କୌଣସି ଧଳା ବଲ୍ ଶୃଙ୍ଖଳା ଖେଳାଯିବ। ପୂର୍ବରୁ ରୋହିତ ଓ ବିରାଟ ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ରେ ଶେଷଥର ପାଇଁ ଖେଳିଥିଲେ। କିନ୍ତୁ ଆଗକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ବିଶ୍ବକପ୍କୁ ଦୃଷ୍ଟିରେ ରଖି ଏହି ଦୁଇ ବରିଷ୍ଠ କ୍ରିକେଟର୍ଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଏହି ଶୃଙ୍ଖଳାର ପ୍ରଦର୍ଶନ ହିଁ ବିଶ୍ବକପ୍ ଦଳର ଚିତ୍ର ସ୍ପଷ୍ଟ କରିପାରିବ। ତଥାପି ଆଇପିଏଲ୍ ପ୍ରଦର୍ଶନ ଉପରେ ଚୂଡ଼ାନ୍ତ ୧୫ ଜଣିଆ ଦଳ ଚୟନ ନିର୍ଭର କରୁଛି।ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଭାରତ। କୋହଲି, ସୂର୍ଯ୍ୟକୁମାର ଓ ପାଣ୍ଡ୍ୟାଙ୍କ ବିନା ମଇଦାନକୁ ଓହ୍ଲାଇବ ଟିମ୍। ଅନ୍ୟପଟେ ଆହାତ ଯୋଗୁଁ ଆଫଗାନିସ୍ତାନ ପକ୍ଷରୁ ଖେଳିବେନି ରସିଦ ଖାନ୍ ।
ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ୍, ତିଳକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂହ, ଜିତେଶ ଶର୍ମା, ଅକ୍ଷର ପଟେଲ, ରବି ବିଷ୍ଣୋଇ/କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଆୱେସ ଖାନ୍, ମୁକେଶ କୁମାର।
ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ଈବ୍ରାହିମ୍ ଜଦ୍ରାନ୍, ଅଜମାତୁଲ୍ଲା ଓମରଜାଇ, ରହମାନୁଲ୍ଲା ଗୁରବାଜ, କରିମ ଜନତ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି, ନବୀନ ଉଲ୍ ହକ୍, ଗୁଲବଦିନ୍ ନଇବ, ଫଜଲହକ୍ ଫାରୁକି, ମୁଜିବ ଉର ରହମାନ, ହଜରାତୁଲ୍ଲା ଜଜାଇ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |