୩୧ ଜାନୁଆରୀରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୧।୧ : ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି।  ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ଏହାପରେ ଜାନୁଆରୀ ୩୧ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ।୨୦୨୪ ବର୍ଷ ପାଇଁ ସଂସଦର ବଜେଟ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବ। ବଜେଟ ଅଧିବେଶନ ୧୦ ଦିନର ହେବ । ଏହା ୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବଜେଟ ମଧ୍ୟ ଫେବୃଆରୀ ୧ ରେ ଉପସ୍ଥାପିତ ହେବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକାଳର ଶେଷ ବଜେଟ।ଏହା ମଧ୍ୟ ୧୭ତମ ଲୋକସଭାର ଶେଷ ସଂସଦ ଅଧିବେଶନ ହେବ। ଏଥର ସାଧାରଣ ନିର୍ବାଚନ ପୂର୍ବରୁ ବଜେଟ ଉପସ୍ଥାପନ କରାଯିବ। ଏହି ବଜେଟ ଅଧିବେଶନରେ ସରକାର ଅନେକ ପ୍ରକାରର ଯୋଜନା ଘୋଷଣା କରିବାର ଆଶା ରହିଛି। ଏହା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ସାଧାରଣ ବଜେଟ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!