ଆଜି ସାମୁଦ୍ରିକ ସେତୁ ‘ଏମ୍‌ଟିଏଚ୍‌ଏଲ୍‌’ର ଲୋକାର୍ପଣ

ମୁମ୍ବାଇ,,୧୨।୧: ସମୁଦ୍ର ଉପରେ ନିର୍ମାଣ କରାଯାଇଥିବା ଦେଶର ସର୍ବବୃହତ ସେତୁ ‘ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ (ଏମ୍‌ଟିଏଚଏଲ)’ର ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରି ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ମୁମ୍ବାଇ ଏବଂ ନଭି ମୁମ୍ବାଇକୁ ସଂଯୁକ୍ତ କରୁଥିବା ଏହି ସେତୁର ଲମ୍ବ ୨୨ କିଲୋମିଟର ହୋଇଥିବା ବେଳେ ଏହା ଉପରେ ଯାତ୍ରା କରିବା ଅତ୍ୟନ୍ତ ରୋମାଞ୍ଚକର। ତେବେ ଏହା ଉପରେ ଯାତ୍ରା କରିବା ବ୍ୟୟସାପେକ୍ଷ ହେବ ବୋଲି କୁହାଯାଉଛି। ଏହି ସେତୁ ଉପରେ ଯାତ୍ରା କରିବା ନେଇ ଟୋଲ ବ୍ୟବସ୍ଥା କରାଯାଇଛି। ମହାରାଷ୍ଟ୍ର ସରକାର ଏମଟିଏଚଏଲର ୱାନ୍-ୱେ ଟୋଲ ପ୍ରସ୍ତାବକୁ ଇତିମଧ୍ୟରେ ମଞ୍ଜୁରି ଦେଇଛନ୍ତି। ଉଭୟ ଯିବା ଆସିବା ପାଇଁ ଟୋଲ ଫି ୩୭୫ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଦୈନିକ ପାସ୍ ପାଇଁ ୬୨୫ ଟଙ୍କା ଓ ମାସିକ ପାସ୍ ନିମନ୍ତେ ୧୨,୫୦୦ ଟଙ୍କା ଦେବାକୁ ପଡିବ। ଏହି ସେତୁ ଦେଇ ଦୈନିକ ୭୦ ହଜାରରୁ ଅଧିକ ଗାଡ଼ି ଯାତାୟତ କରିବ ବୋଲି ଆଶା କରାଯାଉଛି। ଏହାପୂର୍ବରୁ ମୁମ୍ବାଇରେ ସମୁଦ୍ର ଉପରେ ନିର୍ମିତ ବାନ୍ଦ୍ରା-ୱର୍ଲି ସି -ଲିଙ୍କ ତୁଳନାରେ ଏମଟିଏଚଏଲ ୪ ଗୁଣ ଅଧିକ ଲମ୍ବ ଏବଂ ୬ ଲେନ୍‌ ବିଶିଷ୍ଟ। ଏହି ସେତୁର ୧୬.୫ କିଲୋମିଟର ସମୁଦ୍ରରେ ଏବଂ ୫.୫ କିଲୋମିଟର ଭୂ-ଭାଗ ଉପରେ ନିର୍ମିତ ହୋଇଛି। ଏବେ ମୁମ୍ବାଇରୁ ନଭି ମୁମ୍ବାଇ ଯିବାକୁ ୨ ଘଣ୍ଟା ସମୟ ଲାଗୁଥିଲା ବେଳେ ବର୍ତ୍ତମାନ ଏହି ସେତୁ ଦେଇ ଗଲେ ମାତ୍ର ୨୦ ମିନିଟ୍‌ ଲାଗିବ। ଏହାଦ୍ବାରା ମୁମ୍ବାଇ ସହରରେ ଅଧିକାଂଶ ଭାବେ ଟ୍ରାଫିକ ଜାମ ଦୂର ହେବ। ଏହି ପୋଲକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ‘ଅଟଳ ସେତୁ’ ରଖାଯାଇଛି|ଆଜି ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍‌ଘାଟନ କରିବେ ଦେଶର ସବୁଠୁ ବଡ଼ ସମୁଦ୍ର ବ୍ରିଜ୍ `ଅଟଳ ସେତୁ’ । ସାଢ଼େ ୧୬ କିଲୋମିଟର ଲମ୍ବ ଏହି ସେତୁର ନାମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାର ବାଜପେୟୀଙ୍କ ନାମରେ ନାମକରଣ ହୋଇଛି । ଏହି ଏଟଳ ସେତୁ ମୁମ୍ବାଇର ସେୱରିରୁ ରାଇଗଡ଼ ଜିଲ୍ଲାର ଉରନ ତାଲୁକ୍‌କୁ ସଂଯୋଗ କରୁଛି । ମୁମ୍ବାଇରୁ ନବି ମୁମ୍ବାଇ ୨ ଘଣ୍ଟା ଲାଗୁଥିବା ବେଳେ ଏବେ ଏହି ସେତୁ ମାଧ୍ୟମରେ ତାହା ୨୦ ମିନିଟ ଲାଗିବ । ଅନ୍ୟପଟେ 30 ହଜାର 500 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ ପ୍ରଧାନମନ୍ତ୍ରୀ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!