ଭୁବନେଶ୍ୱର,୧୪।୧: ଜାନୁଆରୀ ୨୯ରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବା ନେଇ ପ୍ରାଥମିକ ଶିକ୍ଷକ ସଂଘ ଚେତାବନୀ ଦେଇଛି । ବିଗତଦିନ ମାନଙ୍କରେ ସରକାର ବାରମ୍ବାର ସେମାନଙ୍କ ସହ ଆଲୋଚନାକରି ପ୍ରତିଶ୍ରୁତି ଦେଇଛନ୍ତି । ହେଲେ କୌଣସି ସୁଫଳ ମିଳିପାରିନାହିଁ ।ଏପରିକି ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେବା ପରେ ବି ସେମାନଙ୍କ ଦାବି ପୂରଣ ହୋଇପାରିନାହିଁ । ସିଏମ୍ଓ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ଫେଲ୍ ମାରିଛି । ଆଉ ସେମାନଙ୍କ ପାଇଁ ସମସ୍ତ ସରକାରୀ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର । ପୂର୍ବରୁ ଆନ୍ତମନ୍ତ୍ରୀ ସ୍ତରୀୟ କମିଟିରେ ଶିକ୍ଷକ ମାନଙ୍କ କଥା ଆଲୋଚନା ହୋଇଥିଲା । ହେଲେ ସେଥିରେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ତେଣୁ ସରକାର ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକ ।ତେଣୁ ପ୍ରାଥମିକ ଶିକ୍ଷକ ଆସନ୍ତା ୨୯ରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି । ତାହାସହିତ ରାଜ୍ୟ ସରକାରଙ୍କ ଶିକ୍ଷକ କର୍ମଚାରୀ ମାରଣ ନୀତିକୁ ଘୋର ବିରୋଧ କରିଛି ସଂଘ । ପ୍ରତିଶ୍ରୁତି ପରେ ମଧ୍ୟ ସରକାର ଦାବି ପୂରଣ କରିବାରେ ବିଫଳ ହୋଇଥିବାରୁ ୨୭ ତାରିଖ ସୁଦ୍ଧା ଦାବି ପୂରଣ କରାନଗଲେ ଆନ୍ଦୋଳନ ଚେତାବନୀ ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |