ପୁରୀ,୧୫ା୧: ବେଦପାଠ ସାଙ୍ଗକୁ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେବ ଶ୍ରୀମନ୍ଦିର ଚାରିଦ୍ବାର। ଋଗ୍ବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବବେଦ ପାଠରେ ଏକାକାର ହେବ ଖଣ୍ଡମଣ୍ଡଳ। ଷୋହଳ ଶାସନ ବ୍ରାହ୍ମଣଙ୍କ ଦ୍ବାରା ପ୍ରଭୁ ନୃସିଂହଙ୍କ ମନ୍ତ୍ରରେ ମନ୍ତ୍ରସିକ୍ତ ହେବ ଶ୍ରୀମନ୍ଦିର ଐଶାନ୍ୟ କୋଣ ମହାଯଜ୍ଞ ସ୍ଥଳ। ଏହା ପୂର୍ବରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ବର, ଦୁର୍ଗାମାଧବ ସହ ଦଶ ଦିଗପାଳକୁ ଆବାହନ କରାଯାଇଛି। ଅଷ୍ଟନାଗ ଓ ଅଷ୍ଟନାଗୁଣୀଙ୍କୁ ମଧ୍ୟ ଆବାହନ କରାଯାଇଛି। ଯଜ୍ଞସ୍ଥଳରେ ଧ୍ବଜାସ୍ଥାପନ ସହ ଦେବୀମଣ୍ଡଳ, ଭଦ୍ରମଣ୍ଡଳ ଆଦି ମଣ୍ଡଳ ଅଙ୍କନ ସହ ଏଥିରେ କଳସ ସ୍ଥାପନ ସରିଛି। ଆଜି ସଂଧ୍ୟା ୫ଟା ପୂର୍ବରୁ ଯଜ୍ଞ ଅଧିବାସ ନୀତି ଶେଷ ହୋଇଛି। ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ । ଆଜିଠାରୁ ଆରମ୍ଭ ହେବ ମହାଯଜ୍ଞ । ଶ୍ରୀମନ୍ଦିର ଚାରିଦ୍ୱାରର ରୁଗ୍, ସାମ ଯଦୁ ଓ ଅଥର୍ବ ବେଦ ମନ୍ତ୍ରରେ ପ୍ରକମ୍ପିତ ହେବ ।ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବ । ସେପଟେ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଗହଳି । ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସହରର ୩ ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।୪୪ ପ୍ଳାଟୁନ ଫୋର୍ସ ଓ ସିସିଟିଭି ସର୍ଭେଲାନ୍ସରେ ପୁରା ସହର ଉପରେ ରହିବ ନଜର । ସେପଟେ ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏହି ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |