କେନ୍ଦ୍ରାପଡ଼ା,୧୫ା୧ :ଗାଁ ମାଟିରେ ବିଦେଶ ଫଳ| କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡପାଟଣା ଗାଁର ଚାଷୀ ବଳରାମ ଦାଶ(୭୫) । ସେ ରାଜକନିକା ଭଳି ଉପକୂଳ ମାଟିରେ ଫଳାଇଛନ୍ତି ବିଦେଶୀ ସେଓ । ଏହା ଅତ୍ୟନ୍ତ ମିଠା, ସୁସ୍ବାଦୁ। ଲମ୍ବା ସାଇଜ ଆକାରରେ ଫଳୁଥିବା ଏହି ଫଳର ରଙ୍ଗ ଲାଲ-ଈଷତ ସବୁଜ। ବିଦେଶୀ ଫଳକୁ ଦେଖିବାକୁ ନିଇତି ତାଙ୍କ ବାଡିରେ ଭିଡ଼ ପରିଲକ୍ଷିତ ହେଉଛି। ପନିପରିବା ଚାଷ ସାଙ୍ଗକୁ ଧାନ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଏହି ନୂଆ ପ୍ରଜାତିର ଫଳ ଭାରତର କଶ୍ମୀର ଓ ବିଦେଶ (ଥାଇଲାଣ୍ଡ)ରେ ମୁଖ୍ୟତଃ ବେରୀ ପ୍ରଜାତିର ଚାଷ ହୋଇଥାଏ। ୟୁଟ୍ୟୁବ୍ରେ ଏହି ଚାଷ ସମ୍ବନ୍ଧରେ ଜାଣି ଆପଲ ଚାଷ ପାଇଁ ସେ ମନ ବଳାଇଥିଲେ। ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜଣେ ଚାଷୀଙ୍କ ସହଯୋଗରେ ସେ ଏହି ଚାଷ ରାଜକନିକାରେ ପ୍ରଥମଥର ପାଇଁ ଚାଷ କରିଛନ୍ତି। ପରୀକ୍ଷା ସ୍ବରୂପ ୨୦୨୩ ଜାନୁଆରୀରେ ନିଜର ୫୦ ଡେସିମିଲ ଜମିରେ ମାତ୍ର ୨ ଶହ ଗଛ ଲଗାଇଥିଲେ। ଗଛଟି ଦେଶୀ କୋଳି ଗଛ ପରି ଦେଖାଯାଉଛି। ଗଛ ଲାଗିବାଠାରୁ ବର୍ଷେ ଅନ୍ତରାଳରେ ଫଳ ଅମଳ ହେବାକୁ ଥିବାବେଳେ ନିଜ ଗାଁ ସମେତ ଆଖପାଖ ଗାଁର ଲୋକମାନେ ଏହି ସୁସ୍ବାଦୁ ଫଳ କିଣି କରି ଖାଉଛନ୍ତି। ଏପର୍ଯ୍ୟନ୍ତ ପାଖାପାଖି ୫୦ କିଲୋରୁ ଅଧିକ ଫଳ ବିକ୍ରି ହୋଇଥିବା ସେ କହିଛନ୍ତି। ବଜାରର ଚାହିଦା ଅନୁଯାୟୀ ସେଓ ମୂଲ୍ୟ ଅନୁସାରେ ବିକ୍ରି ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |