ମୃତ୍ତିକା ସଂରକ୍ଷଣ ବିଭାଗର ସବୁ କାମରେ ଶ୍ରମିକ ଜାଗାରେ ମେସିନ କରୁଛି କାମ, ଶ୍ରମକ ଯାଉଛି ଦାଦନ ଖଟି

ନବରଙ୍ଗପୁର (ମିହିର ଶଙ୍କର ପାତ୍ର) ,,୧୭।୧:ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ମନରେଗା କାମ ଯାହାକି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଏହି ଯୋଜନାରେ ଶ୍ରମିକଙ୍କ ନିଜ ବ୍ୟାଙ୍କ ଖାତାରେ ଯିବ ସରକାରି ପଇସା କିନ୍ତୁ କେତେକ ଜାଗାରେ ଶ୍ରମିକ କାମ ନକରି ମେସିନ୍ ସାହାଯ୍ୟରେ କରାଯାଉଛି କାମ। ଏହାର ଏକ ଜଳନ୍ତା ଉଦାହରଣ ହେଉଛି ଝରିଗାଁ ବ୍ଳକର ଧାମନାଗୁଡା ପଞ୍ଚାୟତର ନାଗଯଡି ଗ୍ରାମ ନିକଟରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା ଚାଲିଥିବା ପୋଖରୀ ଖନନ। ସେଠାରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। କିନ୍ତୁ ଦାୟିତ୍ୱ ରେ ଥିବା ସରକାରୀ ବାବୁଙ୍କ ଚତୁରତା ରେ ଏହା ଶ୍ରମିକଙ୍କ ନାମ ଦର୍ଶାଇ ବ୍ୟାଙ୍କ ଖାତାକୁ ଟଙ୍କା ପଠା ଯାଉଛି । ଖାଲି ଏହି ଗୋଟିଏ କାମ ନୁହଁ ଝରିଗାଁ ବ୍ଳକରେ ପ୍ରତ୍ୟେକ ମନରେଗା ଯୋଜନାରେ ଆସୁଥିବା କାମକୁ ମେସିନ୍ ଲଗାଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। କେବଳ ଝରିଗାଁ ବ୍ଳକ ନୁହଁ ଉମରକୋଟ, ଚନ୍ଦା ହାଣ୍ଡି ଓ ରାଇଘର ବ୍ଳକର ମଧ୍ୟ ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଚାଲିଥିବା ସବୁ କାମ ଏଭଳି ଚାଲିଛି।ବିନା ସୂଚନାଫଳକ ରେ କାମ କରାଯାଉଛି ଯଥା ଚେକଡେମ୍ ହେଉକି, ପୋଖରୀ ଖନନ କିମ୍ବା କାଜୁ ଗଛ ଲଗାଇବା ରେ ବ୍ୟାପକ ହେର ଫେର ହେଉଛି ଏହି ବ୍ଲକ୍ ମାନଙ୍କରେ । ନାଗଯୋଡି ଗ୍ରାମରେ ଚାଲିଥିବା ଏହି ପୋଖରୀ ଖନନ ବିଷୟରେ ଆମେ ଦାୟିତ୍ୱ ରେ ଥିବା ଅଧିକାରୀ ପ୍ରହ୍ଲାଦ ବେହ୍ୱରାଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଶ୍ରମିକ ରୁ କମ ପଇସାରେ ମେସିନ ରେ କାମ ହେଉଥିବା କହିଲେ।ଏଥିପ୍ରତି ଜିଲ୍ଲା ପ୍ରଶାସନର ନଜର ପଡୁନି।ଲୋକେ କାମନ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଗୋଟେ ପଟେ ଶ୍ରମିକକୁ କାମ ନ ଦେଇ ମେସିନରେ ଚାଲୁଛି କାମ ।ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି କାରଣ ଏହି କାମ ଠିକାଦାର ଏଵଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରୁକାରେ ଚାଲିଛି। ସରକାର କୁ ଭୁଆଁ ବୁଲେଇ ମଲେ ମାଲ ହେଊଛନ୍ତି ଏହି ସରକାରୀ ବାବୁମାନେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!