ପ୍ରଭୁ ରାମଙ୍କ ଫଟୋରେ ଉଦ୍‌ଭାସିତ ହେଉଛି ନ୍ୟୁୟର୍କର ଟାଇମ୍‌ସ୍‌ ସ୍କୋୟାର୍‌

ନୂଆଦିଲ୍ଲୀ,୨୨ା୧:ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ରାମ ଲଲ୍ଲା ବିଗ୍ରହଙ୍କର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଭାରତୀୟ ବଂଶୋଦ୍ଭବମାନେ  ନ୍ୟୁୟର୍କର ଟାଇମ୍‌ସ୍‌ ସ୍କୋୟାର୍‌ରେ ପ୍ରଭୁ ରାମଙ୍କର ଫଟୋ ପ୍ରଦର୍ଶନ କରି ଆଖିଦୃଶିଆ ଉତ୍ସବ ପାଳନ କରିଛନ୍ତି।ଉତ୍ସବ ପାଳନ ବେଳର ଫଟୋ ଓ ଭିଡିଓ ସେୟାର୍‌ କରି ନ୍ୟୁୟର୍କସ୍ଥିତ ଭାରତର କନ୍‌ସୁଲେଟ୍‌ ଜେନେରାଲ୍‌ କହିଛନ୍ତି, ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଅବ୍ୟବହିତ ପୂର୍ବରୁ ଟାଇମ୍‌ସ୍ ସ୍କୋୟାର୍‌ରେ ଭାରତୀୟ ବଂଶୋଦ୍ଭବମାନେ ବର୍ଣ୍ଣାଢ଼୍ୟ ଉତ୍ସବ ପାଳନ କରିଛନ୍ତି।ପାରମ୍ପରିକ ଭାରତୀୟ ବେଶପୋଷାକ ସାଜି ସେମାନେ ଆବେଗର ସହିତ ଭଜନ ଓ ଜଣାଣ ଗାୟନ କରିବା ସହିତ ଭାରତୀୟ ସାଂସ୍କୃତିକ ଐତିହ୍ୟ, ଚମତ୍କାରିତା ଓ ଏକତା ପ୍ରଦର୍ଶନ କରିଥି‌ବା କଥା ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!