ଭୁବନେଶ୍ୱର,୨୨।୧: ରାଜ୍ୟ ସରକାର ସୋମବାର ଆଇଏଏସ୍ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି। ୩୮ଜଣ ଆଇଏଏସ୍ ଓ ୩ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି ହୋଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦକ୍ଷିଣାଂଚଳ ଆରଡିସି ୨୦୦୦ ବ୍ୟାଚ୍ ଆଇଏଏସ୍ ତେମଜେନୱାପଙ୍ଗ.ଆଓଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଭାବେ ବଦଳି ହୋଇଛି । ସେହିପରି ପଂଚାୟତିରାଜ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ସମ୍ବଲପୁର ଆରଡିସି, ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ୨୦୦୭ ବ୍ୟାଚ୍ ଆଇଏଏସ୍ ରଞ୍ଜନ କୁମାର ଦାସଙ୍କୁ କେନ୍ଦ୍ରାଂଚଳ ଆରଡିସି ଭାବେ ବଦଳି ହୋଇଛି ଓ ସେ ଅତିରିକ୍ତ ଭାବେ ଦକ୍ଷିଣାଂଚଳ ଆରଡିସି ଦାୟିତ୍ୱରେ ରହିବେ । ତେମଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସଚିବ । ଏହାସହ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ବଦଳି । ରଞ୍ଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆରଡିସି । ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶ।।ସକ ।ଏହା ସହିତ ଆହୁରି ବହୁ ପରିବର୍ତ୍ତନ କରାଯାଇଛି । ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲ୍ଲାପାଳ । କୀର୍ତ୍ତି ଭାସନ ହେଲେ କୋରାପୁଟ ଜିଲ୍ଲାପାଳ । ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ । ଜେ.ସୋନାଲ ହେଲେ ବୌଦ୍ଧ ଜିଲ୍ଲାପାଳ । ଅକ୍ଷୟ ସୁନୀଲ ହେଲେ ସମ୍ବଲପୁର ଜିଲ୍ଲାପାଳ । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହେଲେ ମୟୂରଭଞ୍ଜ ଜିଲ୍ଲାପାଳ । ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଦିଆଯାଇଛି । ବିଜୟ କୁମାର ଦାସ ପୁରୀ ଜିଲ୍ଲାପାଳ ଓ ଚଞ୍ଚଳ ରାଣାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ଦାୟିତ୍ୱ ଦିଆଯାଇଛି । ସେହିପରି ସ୍ୱଧା ଦେବ ସିଂ ହୋଇଛନ୍ତି ନୟାଗଡ ଜିଲ୍ଲାପାଳ ।ସେହିପରି ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ପଦରୁ ହଟାଇ ଦିଆଯାଇଛି । ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |