ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନବରଙ୍ଗପୁର ଜିଲ୍ଲା ଚତୁର୍ଦ୍ଦିଗ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୨୨।୧ :-ଆଜି ସମଗ୍ର ନବରଙ୍ଗପୁର ଜିଲ୍ଲା ଭଗଓ୍ବା ରଙ୍ଗରେ ଛାଇ ହୋଇ ଯାଇଛି। ଉମରକୋଟ, ନବରଙ୍ଗପୁର ସହ ପ୍ରାୟ ସମସ୍ତ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ଶୋଭାଯାତ୍ରା, ବାଇକ୍ ରେଲି ସହ ଶ୍ରୀରାମ ଭକ୍ତ ମାନେ ନଗର ପରିକ୍ରମା କରିଛନ୍ତି। ହିନ୍ଦୁ ମହାସଂଘ, ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଶ୍ରୀରାମ ସେନା, ତଥା ଅନ୍ୟାନ୍ୟ ହିନ୍ଦୁ ସଂଗଠନ ର କାର୍ଯ୍ୟକର୍ତ୍ତା ମାନେ ମିଳିତ ଭାବେ ରେ ଅନେକ ଧାର୍ମିକ କାର୍ଯ୍ୟକ୍ରମ କରିଛନ୍ତି। ବାଦ୍ୟ ର ତାଳେତାଳେ ଶ୍ରୀ ରାମ ଭକ୍ତ ଉତ୍ସାହ ର ସହ ନୃତ୍ୟ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ଦଳଗତ ନିର୍ବିଶେଷରେ ସମସ୍ତ ହିନ୍ଦୁ ଭାଇ ସହଯୋଗ କରିଛନ୍ତି। ଘରେ ଘରେ ଗୌରୀକ୍ ଧ୍ଵଜ ପରିବେଶ କୁ ସଂପୂର୍ଣ୍ଣ ରାମ ମୟ କରି  ଦେଇଛି।ଏହି ଅବସରରେ ସନ୍ଧ୍ୟାରେ ଆଜି ସମସ୍ତ ହିନ୍ଦୁ ପରିବାରରେ ଦୀପ ଜାଳିଲେ ଏଵଂ ଖୁସିରେ ବାଣ ଫୁଟାଇ ଦୀପାବଳି ପାଳନ ନ କଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!