ଇଣ୍ଡିଆ ମେଣ୍ଟକୁ ବଡ ଝଟକା:’ଏକଲା ଚଲୋ’ ନାରା ଦେଲେ ଦିଦି

ପଶ୍ଚିମବଙ୍ଗ,୨୪।୧: ଆଗାମୀ ସାଧାରଣ ନିର୍ବାଚନରେ ମୋଦୀ ସରକାରଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ବିରୋଧୀ ଦଳ କରିଥିବା ଇଣ୍ଡିଆ ମେଣ୍ଟକୁ ବଡ ଝଟକା ଲାଗିଛି । କାରଣ ଆଗାମି ଲୋକସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆ ମେଣ୍ଟର ସଦସ୍ୟ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଟିମଏସି ଏକାକୀ ଲଢିବାକୁ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ‘ଏକଲା ଚଲୋ’ ନାରା ଦେଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଟିଏମ୍‌ସି ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ନିର୍ବାଚନ ଲଢ଼ିବ ବୋଲି ମମତା ବାନାର୍ଜୀ ତଥା ଦିଦି ଘୋଷଣା କରିଛନ୍ତି। ମମତାଙ୍କ ଏହି ଘୋଷଣା ପରେ ବିରୋଧୀ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଙ୍କଟ ଘନେଇଛିମମତା କହିଛନ୍ତି ଯେ କଂଗ୍ରେସ ଆମର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି, ତେଣୁ ଆମେ କେବଳ ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତି ନେଇଛୁ ।
ବୁଧବାର ଏହି ବଡ ଘୋଷଣା କରିବା ସହ ମମତା କଂଗ୍ରେସ ଏବଂ ବାମପନ୍ଥୀ ଦଳ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ମମତା ବାନାର୍ଜୀ ଦାବି କରିଛନ୍ତି ଯେ ତାଙ୍କର ସବୁ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ହୋଇଛି ତେଣୁ ସେ ଏକାକୀ ଯୁଦ୍ଧ କରିବାକୁ ନିଷ୍ପତି ନେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!