କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା: ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର,୨୪।୧: ଜୁନିଅର ଟିଚର୍ ବା କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ନେଇଓସେପାର ସ୍ପଷ୍ଟିକରଣ ସାମ୍ନାକୁ ଆସିଛି । EdCIL ପକ୍ଷରୁ ପରୀକ୍ଷାର ଆୟୋଜନ ଓ ଫଳାଫଳ ପ୍ରକାଶ ପାଇଥିବା କହିଛି ଓସେପା । ଅପରପକ୍ଷରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ନୂଆ ମୋଡ଼ । ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ପୂର୍ବ ପ୍ରକାଶିତ ଲିଷ୍ଟ ପ୍ରତ୍ୟାହାର ହୋଇଛି ନା ନାହିଁ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଜିଲ୍ଲା ୱାରୀ ମେରିଟ୍ ଲିଷ୍ଟ ଜାରି ହୋଇଥିବା କହିଲେ ରାଜ୍ୟ ସରକାର । ଆସନ୍ତା ୩୦ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟର୍କ୍ରମ ପ୍ରାଧିକରଣର ଶିକ୍ଷକ ନିଯୁକ୍ତି ପରୀ୪ାରେ ପ୍ରାର୍ଥୀଙ୍କ ଅଡମିଟ୍ କାର୍ଡ଼କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ପରୀକ୍ଷାରେ ଜଣେ ପ୍ରାର୍ଥୀଙ୍କ ନାମ ମାହାଲ ମାଣ୍ଡା ରହିଥିବା ବେଳେ ପିତାଙ୍କ ନାମ ସ୍ଥାନରେ ‘ମାହାଲ ମାଣ୍ଡା ପ୍ରୋ’ ରହିଥିବାର ଅଭିଯୋଗ ହୋଇଥିଲା । ତେବେ ଅଟେ ଜେନେରେଟେଡ଼ ଆଡମିଟ୍ କାର୍ଡ଼ କାରଣରୁ ହୋଇଥିବା ନେଇ ସ୍ପଷ୍ଟିକରଣ ଦେଇଥିଲେ ଓସେପା ନିର୍ଦ୍ଦେଶକ ଅନୁପମ ଶାହା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!