IPS ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର,୨୪।୧: ଆଇପିଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ସଂଜୀବ ପଣ୍ଡା।  ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସ୍ତରରେ ରାଜ୍ୟ ସରକାର ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।ବିଜ୍ଞପ୍ତି ମୁତାବକ, ସଞ୍ଜୀବ ପଣ୍ଡା ନୂଆ ପୋଲିସ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ କଟକ-ଭୁବନେଶ୍ୱର ଟ୍ୱିନସିଟିର ପୋଲିସ କମିଶନର ଭାବେ ପ୍ରତୀକ ସିଂହ ଦାୟିତ୍ୱରେ ରହିଥିବା ବେଳେ ଏବେ ସଞ୍ଜୀବଙ୍କୁ ଉକ୍ତ ପଦରେ ଦାୟିତ୍ୱ ମିଳିଛି । କନୱର ବିଶାଳ ସିଂହଙ୍କୁ କଟକ ଡିସିପି ଭାବେ ଦାୟିତ୍ୱ ଦିଆଯାଇଛି । ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଓ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିଛି ।ସେହିପରି ଦୀପକ କୁମାରଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି, ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସପି ଓ ସନ୍ତୋଷ ବାଲାଙ୍କୁ ପୋଲିସ ହାଉସିଂ ବୋର୍ଡର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଉତ୍ତରାଞ୍ଚଳ ଆଇଜି ଭାବେ ହିମାଂଶୁ ଲାଲଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଭାବେ ଦୀପକ କୁମାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ରେଞ୍ଜି ଆଇଜି ଭାବେ ଓ ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି । ଢେଙ୍କାନାଳ ଏସପି ଭାବେ ମଡକର ସନ୍ଦୀ ସଂପଦଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବିବେକାନନ୍ଦ ଶର୍ମାଙ୍କୁ ହେଡକ୍ୱାର୍ଟର ଏଆଇଜି ଭାବେ ଦାୟିତ୍ୱ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!