ସରକାରୀ ଅଧିକାରୀଙ୍କ ଘରୁ ବାହାରିଲା ଶହେ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ,୨୫।୧: ତେଲେଙ୍ଗାନାରେ ଏକ ସରକାରୀ ବାବୁଙ୍କ ଘରୁ ମିଳିଛି ୧୦୦ କୋଟିର ସମ୍ପତ୍ତି । ପୁଳାପୁଳା ଟଙ୍କା ଏବଂ ସୁନା ଜବତ କରିଛି ଦୁର୍ନୀତି ନିବାରଣ ସଂସ୍ଥା । ଚଢ଼ାଉ ବେଳେ ମିଳିଲା ଶହେ କୋଟିର ସମ୍ପତ୍ତି। ତେଲେଙ୍ଗାନାର ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ଘରୁ ବାହାରିଛି ପୁଳା ପୁଳା କ୍ୟାସ୍‌, ସୁନା ଅଳଙ୍କାର ।ତେଲେଙ୍ଗାନା ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ (ଏସିବି) ପକ୍ଷରୁ ରାଜ୍ୟ ରିଅଲ ଇଷ୍ଟେଟ ନିୟାମକ ପ୍ରାଧିକରଣ ବିଭାଗର ସଚିବ ଓ ମେଟ୍ରୋ ରେଳ ଯୋଜନା ଅଧିକାରୀ ଏସ୍‌ ବାଲକୃଷ୍ଣଙ୍କ ଘରେ ରେଡ୍‌ ବେଳେ ବାହାରିଛି ଏପରି ଅମାପ ସମ୍ପତ୍ତି । ଏସ୍‌ ବାଳକୃଷ୍ଣ ପୂର୍ବରୁ ହାଇଦ୍ରାବାଦ ମେଟ୍ରୋପଲିଆନ ଅଥରିଟିରେ ଟାଉନ ପ୍ଲାନିଂ ନିର୍ଦ୍ଦେଶକ ଭାବେ କାମ କରିଥିଲେ।ଗତକାଲି ଦିନ ସାରା ୧୪ଟି ଟିମ୍‌ ବାଲକୃଷ୍ଣଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ କରିଥିଲେ। ଏଯାବତ ୪୦ ଲକ୍ଷ ଟଙ୍କା ନଗଦ କ୍ୟାସ୍‌, ୨ କେଜି ସୁନା, ୬୦ଟି ମହଙ୍ଗା ଘଡ଼ି, ୧୪ଟି ଦାମୀ ମୋବାଇଲ ଫୋନ୍‌, ୧୦ଟି ଲାପଟପ୍‌ ଜବତ ହୋଇଛି। ବାଲକୃଷ୍ଣଙ୍କ ଘର, କାର୍ଯ୍ୟାଳୟ, ବନ୍ଧୁବାନ୍ଧବଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବାଲକୃଷ୍ଣଙ୍କ ଘରୁ ନଗଦ ଟଙ୍କା ଗଣିବା ମେଶିନ ବି ମିଳିଛି। ଏହି ଜବତ ସମ୍ପତ୍ତିର ମୂଲ୍ୟ ଶହେ କୋଟିରୁ ଅଧିକ ହେବ ବୋଲି ଜଣାଯାଇଛି ।ଏସିବି ଅଧିକାରୀମାନେ ବୁଧବାର ଦିନ ତେଲେଙ୍ଗାନା ରାଜ୍ୟ ରିଏଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ (TSRERA) ଏବଂ ମେଟ୍ରୋ ରେଳର ଯୋଜନା ଅଧିକାରୀ ଏସ୍। ବାଲକ୍ରିଷ୍ଣା ପରିସରରେ ଏକକାଳୀନ ଚଢଉ କରାଯାଇଥିଲା। ଏହି ଅବଧି ମଧ୍ୟରେ ଏସିବି ଟିମ୍ ପ୍ରାୟ ୧୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରିଛନ୍ତି। ଏସ୍ ବାଲକ୍ରିଷ୍ଣା ପୂର୍ବରୁ ହାଇଦ୍ରାବାଦ ମହାନଗର ନିଗମ ବିକାଶ ପ୍ରାଧିକରଣ (HMDA) ରେ ଟାଉନ୍ ପ୍ଲାନିଂର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!