ନୂଆଦିଲ୍ଲୀ,୨୮।୧:ଇରାନର ଦକ୍ଷିଣ-ପୂର୍ବ ସୀମା ଅଞ୍ଚଳରେ ଆଖିବୁଜା ଗୁଳିମାଡ । ୯ ଜଣ ପାକିସ୍ତାନୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ଜଣେ ଅଜ୍ଞାତ ବନ୍ଧୁକଧାରୀ ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା । କିଛି ଦିନ ପୂର୍ବରୁ ଇରାନ୍ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାର ଜବାବ ମିଳିବ ବୋଲି ପାକିସ୍ତାନ ସରକାର ଚେତାବନୀ ଦେଇଥିଲେ । ସେବେଠାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି।ଦକ୍ଷିଣ ପୂର୍ବ ଇରାନ୍ ସୀମାରେ ଆତତାୟୀର ଗୁଳିମାଡ । ଆତତାୟୀର ଆଖିବୁଜା ଗୁଳିମାଡରେ ୯ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶନିବାର ଜଣେ ଅଜ୍ଞାତ ବନ୍ଧୁକଧାରୀ ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା। ଏଥିରେ ୯ ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ପାକିସ୍ତାନୀ ରାଷ୍ଟ୍ରଦୂତ ତେହେରାନ ମହମ୍ମଦ ମୁଦାସିର ଟିପୁଙ୍କୁ ଶନିବାର କହିଛନ୍ତି: “ସାରଭାନରେ ୯ଜଣ ପାକିସ୍ତାନୀଙ୍କ ଭୟାନକ ହତ୍ୟା ଦ୍ୱାରା ଆମେ ଗଭୀର ଭାବେ ଚକିତ । ଶୋକସନ୍ତପ୍ତ ପରିବାରକୁ ଦୂତାବାସ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବ। ଏହି ପ୍ରସଙ୍ଗରେ ଇରାନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆମେ ଆହ୍ବାନ କରିଛୁ। ”
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |