ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୮।୧: ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରର ୧୪ଟି ରାଜ୍ୟର ୨୫ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ନେଇ ବିଜେପି ପକ୍ଷରୁ ଏକ ବିଶାଳ ମହିଳା ସମାବେଶର ଆୟୋଜନ କରାଯାଉଛି । ଏହି ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବା ସମ୍ଭାବନା ରହିଛି । ଗୋଟିଏ ସପ୍ତାହରେ ୨ଥର ଅର୍ଥାତ ଫେବୃଆରୀ ୩ ଏବଂ ୧୦ରେ ମୋଦୀ ଓଡ଼ିଶା ଆସିପାରନ୍ତି ।ଫେବ୍ରୁଆରୀ ୩ ତାରିଖ ପରେ ପୁଣି ୧୦ ତାରିଖରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶରେ ଯୋଗ ଦେବାକୁ ଆସିବେ ମୋଦି। ରାଜଧାନୀରେ ହେବାକୁ ଥିବା ଏହି ବିଶାଳ ମହିଳା ସମାବେଶରେ ଏକାଠି ହେବେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନିର୍ବାଚନ ପୂର୍ବରୁ ବିଜେପି ଦେଶରେ ୨ଟି ବିଶାଳ ମହିଳା ସମାବେଶର ଆୟୋଜନ କରିବାକୁ ଯାଉଛି । ପ୍ରଥମଟି ଓଡ଼ିଶାର ଭୁବନେଶ୍ୱରରେ ହେବାକୁ ଥିବା ବେଳେ ଅନ୍ୟଟି ମଧ୍ୟପ୍ରଦେଶରେ ଆୟୋଜିତ ହେବ । ଭୁବନେଶ୍ୱରରେ ହେବାକୁ ଥିବା ମହିଳା ସମାବେଶରେ ବହୁ କେନ୍ଦ୍ରୀୟ ନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଯଦି ୧୦ ତାରିଖ ମୋଦୀ ଓଡ଼ିଶା ଆସନ୍ତି, ତେବେ ଗୋଟିଏ ସପ୍ତାହ ଭିତରେ ଦୁଇ-ଦୁଇ ଥର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ହେବ । ଏହା ପୂର୍ବରୁ ଫେବୃୟାରୀ ୩ ତାରିଖରେ ସମ୍ବଲପୁର ଆଇଆଇଏମ୍’ର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ମୋଦୀ । ସରକାରୀ କାର୍ଯ୍ୟକ୍ରମ ବାହାରେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ସେହିପରି ପ୍ରଧାନମନ୍ତ୍ରୀ ଏକ ଜନସଭାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!