ଆଜି ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ୱର,୨୯ା୧: ଆଜି ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ । ୧୧ଟା ୪୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ଫେବ୍ରୁଆରୀ ୧ରୁ କଂଗ୍ରେସର ବସ୍‌ ଯାତ୍ରା ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ୫୦ ହଜାର କର୍ମୀ ।  ବୁଥ କମିଟି, ଜିଲ୍ଲା ଓ ବ୍ଲକ ସଭାପତି ସାମିଲ ହେବେ । ନେତାଙ୍କୁ ନେଇ ସାରା ଓଡ଼ିଶା ବୁଲା କାର୍ଯ୍ୟକ୍ରମ ରଖିଛି କଂଗ୍ରେସ ।ସମାବେଶରେ ଜିଲ୍ଲା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀ ଏବଂ ସାଧାରଣ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତା ଏବଂ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବେ ।  ଏଆଇସିସି ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ଖଡଗେଙ୍କର ପ୍ରଥମ ଓଡିଶା ଗସ୍ତ ।  ତେବେ ଆଗକୁ ନିର୍ବାଚନ ରହିଛି , ଖଡଗେଙ୍କର ଏହି ଗସ୍ତ ଓଡିଶାକୁ କେତେ ପ୍ରଭାବ ପକାଉଛି । ରାଜ୍ୟ କଂଗ୍ରେସକୁ କେତେ ବଳ ମିଳୁଛି ତାହା ଉପରେ ସମସ୍ତଙ୍କର ନଜର ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!