ଫେବୃଆରୀରେ ବରମୁଣ୍ଡା ବସ୍ ଟର୍ମିନାଲ

ଭୁବନେଶ୍ବର,୩୦।୧: ଫେବୃଆରୀ ମାସରେ ବରମୁଣ୍ଡାର ବସ୍  ଟର୍ମିନାଲ ଲୋକାର୍ପଣ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହି ନୂଆ ଟର୍ମିନାଲରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇଦେବା ସହିତ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସକାଳୁ ସକାଳୁ ଓଡ଼ିଶାର ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଟର୍ମିନାଲ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି ।ଭୋରୁ ଭୋରୁ ଘନ କୁହୁଡ଼ିରେ ବରମୁଣ୍ଡାରେ ପହଞ୍ଚି ନୂତନ ବସ୍ ଟର୍ମିନାଲର ସମୀକ୍ଷା କରିଛନ୍ତି ରାଜ୍ୟର ଫାଇଭଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ସ୍ଥିତି ସମୀକ୍ଷା ପରେ ଭୁବନେଶ୍ୱର ତଥା ରାଜ୍ୟବାସୀଙ୍କୁ ସେ ଏକ ବଡ଼ ଖୁସି ଖବର ଦେଇଛନ୍ତି । ଯାତ୍ରୀମାନଙ୍କ ପ୍ରତୀକ୍ଷାଳୟ, ପରିମଳ ସୁବିଧା, ଆଲୋକୀକରଣ ଇତ୍ୟାଦି କାମର ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଆସନ୍ତା ମାସ ଅର୍ଥାତ୍ ଫେବୃଆରୀରେ ବରମୁଣ୍ଡା ବସ୍ ଟର୍ମିନାଲକୁ ଲୋକାର୍ପଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏହି ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ରହିବ ।ଆଇଏସବିଟି କାର୍ଯ୍ୟକ୍ଷମ ହେଲେ ଏହା କେବଳ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ ପଡୋଶୀ ରାଜ୍ୟର ଲୋକଙ୍କ ପାଇଁ ବି ଏକ ଗୁରୁତ୍ବପୂର୍ଣ୍ଣ ଟ୍ରାଞ୍ଜିଟ୍ ହବ୍ ହେବ । ଫେବୃଆରୀ ମଧ୍ୟଭାଗ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଫାଇଭ ଟି ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି ।ଆଇଏସବିଟି ବସଷ୍ଟାଣ୍ଡରେ ମିଳିବ ବିମାନବନ୍ଦରର ସୁବିଧା । ଏଠାରେ ପ୍ରିପେଡ ଅଟୋ ଓ ଟ୍ୟାକ୍ସି ବ୍ୟବସ୍ଥା ମଧ୍ୟ ରହିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!