ଭୁବନେଶ୍ୱର,୭।୨: ଓଡ଼ିଶାରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ। ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ଦ୍ବିତୀୟ ଦିନ। ପୂର୍ବାହ୍ନ ୯ଟାରେ ରାହୁଲ ବେଦବ୍ୟାସ ଶୈବ ପୀଠରେ ପହଂଚିଥିଲେ l ସେଠାରେ ରାହୁଲ ବେଦବ୍ୟାସ ମୁନି ଗୁମ୍ଫାରେ ପୂଜାଅର୍ଚନା କରିଥିଲେ | ପରେ ଶୈବପୀଠ ସରସ୍ବତୀ କୁଣ୍ଡ ସହ ଅନ୍ୟ ମନ୍ଦିରକୁ ଯାଇଥିଲେ | ଶେଷରେ ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମରେ ଅନ୍ତେବାସୀଙ୍କ ସହ ଫଟୋ ଉଠାଇ ଥିଲେ | ସେମାନଙ୍କ ସହ କଥା ହୋଇଥିଲେ |ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ବାହାରିବେ ରାହୁଲ।ସିଧାସଳଖ ରାଉରକେଲାର ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପାନପୋଷରେ ସାଧାରଣ ସଭା ପରେ, ସେଠାରୁ ରାଜଗାଙ୍ଗପୁର ଯିବେ ଏବଂ ଆଉ ଏକ ସାଧାରଣ ସଭାରେ ଯୋଗ ଦେବେ ରାହୁଲ ଗାନ୍ଧି।ରାହୁଲଙ୍କ ସହ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଉପସ୍ଥିତ ଥିଲେ | ପରେ ରାହୁଲ ବେଦବ୍ୟାସରୁ ବାହାରି ୯ଟା ୫୫ ମିନିଟରେ ଉଦିତନଗର ଆମ୍ବେଦକର ଛକରେ ପହଞ୍ଚିଥିଲେ, ଯେଉଁଠାରୁ ବିଶାଳ ରୋଡ ସୋ’ ବାହାରିଥିଲା | ଏହି ରୋଡ଼ ଶୋ ରାଉରକେଲା ମୁଖ୍ୟ ମାର୍ଗ ଦେଇ ପାନପୋଷ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯିବ। ସେଠାରେ ରାହୁଲ ଗାନ୍ଧୀ ଉପସ୍ଥିତ ଜନସାଧାରଣଙ୍କ ସହ ନେତା ଓ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ | ରାହୁଲ ଗାନ୍ଧୀଙ୍କ ରୋଡ ସୋ’କୁ ନେଇ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |