ହିନ୍ଦୁ ମହାସଂଘର ଧର୍ମସଭା କେଲିଆ ଶୈବପୀଠ ରେ ଅନୁଷ୍ଠିତ

 

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),,୮।୨: କେଲିଆ ଶୈବ ପୀଠ ରେ ହିନ୍ଦୁ ମହାସଂଘ ର ଧର୍ମ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତା କରିଥିଲେ ଏବଂ ଆଇନ୍ ପରାମର୍ଶଦାତା ଅରୁଣ ପ୍ରସନ୍ନ ନାୟକ ମଞ୍ଚ ପରିଚାଳନା କରିଥିଲେ। ଅତିଥି ଭାବେ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା, ଦେବଗିରି ଆଶ୍ରମ ର କ୍ରାନ୍ତି ଗିରି ମହାରାଜ, କେନ୍ଦ୍ରୀୟ ସହ ସଂଯୋଜକ ଡ.ଗଣେଶ ପଣ୍ଡା, ବିଶ୍ବହିନ୍ଦୁ ପରିଷଦ ର କୃପାରାମ ସାହୁ, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ଓ ଚିନ୍ମୟୀ ସାହୁ, ମାତୃଶକ୍ତି ପ୍ରମୁଖ ସ୍ବାତୀ ହୋତା, ରାଷ୍ଟ୍ରୀୟ ଭବାନୀ ବାହିନୀ ଅଧ୍ୟକ୍ଷା ଜୟଶ୍ରୀ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, କରସେବକ ମନୋଜ ମହାଙ୍କୁଡ, ଭବାନୀ ବାହିନୀ ସଂପାଦିକା ସ୍ନେହା ନାୟକ, ଜିଲ୍ଲା ସଭାନେତ୍ରୀ ନୀର୍ମଳା ବିଷୟୀ, ସ୍ବପ୍ନା ବେହେରା, ଶୁଚିସ୍ମୀତା ବେହେରା, ଜିଲ୍ଲା ସଂପାଦକ ପିଣ୍ଟୁ ଠାକୁର, ଅବିଭକ୍ତ କୋରାପୁଟ ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ସଭାପତି ଥବିର ପନକା, ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ପନକା, ଗୋରା ହରିଜନ, ବିନୋଦ ହରିଜନ, ରଘୁନାଥ ପୂଜାରୀ, ଡାବୁଗାଁ ପ୍ରେସ କ୍ଲବ ସଂପାଦକ ମିହିର ଶଙ୍କର ପାତ୍ର, ଗଗନ ଗନ୍ତାୟତ, ଡାକୃଷି କଲାର, କୃଷକ ମହାସଂଘ ସଭାପତି ହିମାଂଶୁ ବସନ୍ତିଆ, ଅଶୋକ ପାତ୍ର, ସବ୍ୟସାଚୀ ଭରତିଆ, ଦିବା ହରିଜନ, ଜନଜାତି ହିନ୍ଦୁ ମହାସଂଘ ସଭାପତି ଦିବାକର ଜାନୀ, ମହେନ୍ଦ୍ର ପାତ୍ର, ମହେଶ ନାୟକ, ପିତାମ୍ବର ନାୟକ, ଭବାନୀ ବିଜୟୀ,କାଞ୍ଚନ ହରିଜନ, ପିଣ୍ଟୁ ଗଣ୍ଡ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଧର୍ମ ରକ୍ଷା ଓ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ଉପରେ ଆଲୋଚନା ହୋଇଥିଲା। ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଯାଇଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଧନା ଦିଆ ଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!