ଭୁବନେଶ୍ବର,୮ା୨: ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିସନ। ଆସନ୍ତା ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡିଶାରେ ରହିବାର କାର୍ଯ୍ୟକ୍ରମ ରହିଛି । କମିସନ ସହ ତାଙ୍କ ଅଧିକାରୀ ମଧ୍ୟ ଓଡିଶା ଆସିବେ । ଓଡିଶାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। EVM ସ୍ଥିତି, ବୁଥ୍ ସ୍ତରରେ ପ୍ରସ୍ତୁତି ଆଦିର ସମୀକ୍ଷା କରିବେ । ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ମୁଖ୍ୟ ନିର୍ବାଚନ ଅଧିକାରୀ, ଗୃହ ସଚିବ, ଉନ୍ନୟନ କମିସନ ଓ ସବୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହ ଆଲୋଚନା କରିବେ।କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବ। ତେଣୁ ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ କମିସନର ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଯାଇ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି। ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଥିଲେ ମୁଖ୍ୟ ନିର୍ବାଚନ କମିସନର। ଏହାପରେ ଏବେ ସେ ଓଡ଼ିଶା ଗସ୍ତରେ ଆସୁଥିବା ଜଣାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |