“ନୂଆ- ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତାର ତୃତୀୟ ଦିବସରେ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା

 

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୮।୨:ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓ- ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମର ୩ୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏବଂ ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲିକରେ ପ୍ରଥମ ଥର ପାଇଁ ସାମ୍ବାଦିକ ମାନଙ୍କୁ ମାନ ପାତ୍ର ଓ ଉପଢ଼କନ ଦେଇ ଭୈରବ ମହାବିଦ୍ୟାଳୟ ର ଅଧ୍ୟାପକ ତଥା ଗୁରୁଜନ ମାନେ ଏଵଂ ଛାତ୍ରଛାତ୍ରୀ ମାନେ ସମ୍ବର୍ଦ୍ଧନା ଜଣାଇ ଥିଲେ। ସାମ୍ବାଦିକ ମାନଙ୍କୁ ମାନପାତ୍ର ଓ ଉପଢ଼କନ ଦେଇ ସନ୍ନମାନୀତ କରିଥିବାରୁ ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ସାମ୍ୱାଦିକ ସଙ୍ଘର ସମ୍ପାଦକ ମିହିର ଶଙ୍କର ପାତ୍ର ଭୈରବ ମହାବିଦ୍ୟାଳୟର ଗୁରୁଜନ ଏଵଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣଇ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ସହ ଓଡିଶା ସାହିତ୍ୟ ଏକାଡେମୀ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟାପିକା ପ୍ରତିକ୍ଷା ସ୍ଵାଇଁ, ଶିବ ପ୍ରସାଦ ସାହୁ, ନବୀନ କୁମାର ନାଗେଶ, ଲିପୁ ଚନ୍ଦ୍ର ମାଝୀ ପ୍ରମୂଖ ଉପସ୍ଥିତ ଥିଲେ। ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଚାଲୁରହିଥିଲା l ସମ୍ମାନୀତ ଅତିଥି ଅଧ୍ୟାପକ ରମେଶ ଚନ୍ଦ୍ର ନାହାକ ଭାଷା, ସାହିତ୍ୟ, ଜଗନ୍ନାଥ ସଂସ୍କୃତି ଉପରେ ବାଖ୍ୟା କରିଥିଲେ l ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ମନୀଷା ସରକାର ବଙ୍ଗୀୟ ସମ୍ପ୍ରଦାୟର ହୋଇଥିଲେ ହେଁ ଓଡ଼ିଆ ଭାଷାର ଜନ୍ମ ଦାତ୍ରୀ ସଂସ୍କୃତ ବୋଲି ସେ ମତ ବ୍ୟକ୍ତ କରିଥିଲେ l ଆମ ଭାଷାକୁ ବିଶ୍ଵ ଦରବାରରେ ସ୍ଵତନ୍ତ୍ର ପରିଚିତ କରାଇବା ପ୍ରୟାସ କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସମସ୍ତ ଅତିଥି ମୁଖ୍ୟ ଅତିଥି ଧନ୍ୟବାଦ ଜଣାଇଥିଲେ l ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ପ୍ରବନ୍ଧ, ସଙ୍ଗୀତ, ବକ୍ତୃତା ଓ ଜଗନ୍ନାଥ ଙ୍କ ଭଜନ ଉପରେ ପ୍ରତିଯୋଗୀତା କରାଯାଇ ଥିଲା,ଉଦଯାପନୀ ଉତ୍ସବରେ ଏକକ ନୃତ୍ୟ, ଦୈତ ନୃତ୍ୟ ଓ ଦଳଗତ ନୃତ୍ୟ ଅନୁଷ୍ଠିତ ହୋଇ ସମସ୍ତ କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!