ଗ୍ୟାସ୍ ସିଲିଣ୍ଡର ଫାଟି ୬ ଗୁରୁତର

ବଲାଙ୍ଗୀର,୧୦ା୨: ଗ୍ୟାସ ସିଲିଣ୍ଡର ଫାଟି ୬ ଗୁରୁତର । ବେଲପଡ଼ା ଥାନା ଅନ୍ତର୍ଗତ କାନୁଟ ଗାଁରେ ଶନିବାର ଅପରାହ୍ନରେ ଗ୍ୟାସ୍‌ ସିଲିଣ୍ଡର ଫାଟି ୫ ମହିଳା ଓ ଜଣେ ପୁରୁଷ ଗୁରୁତର ହୋଇଛନ୍ତି।ବଲାଙ୍ଗିର ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବେଲପଡ଼ା ଥାନା କାନୁଟ ଗାଁରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁସାରେ, ସ୍ଥାନୀୟ କାନୁଟ ଗାଁ ଉପର ପଡା ଠାରେ ଘରେ ଟିଭି ଦେଖୁଥିବା ପରେ ଗ୍ୟାସ ସିଲିଣ୍ଡର ଫାଟିଯିବା ଯୋଗୁଁ ଗୋଟିଏ ପରିବାରର ୫ଜଣ ମହିଳା ଓ ଜଣେ ପୁରୁଷ ଜଳିଯାଇଛନ୍ତି। ଯାହାଫଳରେ ୬ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ଅଣାଯାଇଥିବା ବେଳେ ସମସ୍ତ ବଲାଙ୍ଗିର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!