ଭୁବନେଶ୍ୱର,୧୧।୨:ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଣୀ ମାଆଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ|ପଞ୍ଚଭୂତରେ ବିଲୀନ ହେଲା ଖଲିକୋଟର ରାଣୀ ମାଆ ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥୀବ ଶରୀର। ଖଲିକୋଟ ରାଜପରିବାର ଶ୍ମଶାନରେ ହିନ୍ଦୁ ରାଜକୀୟ ରୀତିନୀତିରେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି ଶତାଧିକ ପ୍ରଶଂସକ, ଶୁଭେଚ୍ଛୁ ଏବଂ ଖଲିକୋଟ ଲୋକେ। ରାଷ୍ଟ୍ରୀୟ ମର୍ଯ୍ୟଦାରେ ରାଣୀ ମାଆଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଉଥିବା ବେଳେ ଶୋକାକୁଳ ହୋଇପଡ଼ିଥିଲା ସମ୍ପୂର୍ଣ୍ଣ ଅଞ୍ଚଳ। କିଏ ନିଜ ପ୍ରିୟର ରାଣୀ ମାଆଙ୍କୁ ହରାଇଛି, କିଏ ନିଜ ନେତା ତ ପୁଣି କିଏ ନିଜ ଅଞ୍ଚଳର ଗୌରବକୁ ହରାଇ ଥିବାରୁ ଏବେ ମୀୟମାଣ ହୋଇପଡ଼ିଛନ୍ତି।ଗତ ୯ ତାରିଖ ବିଳମ୍ବିତ ରାତିରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଘଟିଥିଲା। ସେ କିଛିଦିନ ହେବ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବା ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ହସସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଖଲିକୋଟରୁ ୮ ଥର ଏବଂ କବିସୂର୍ୟ୍ୟନଗରରୁ ୨ ଥର ବିଧାୟିକା ହୋଇଥିଲେ । ୧୯୬୧ରେ ରାଜନୀତି ଜୀବନ ଆରମ୍ଭ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |