ନୂଆଦିଲ୍ଲୀ,୧୨।୨ : ଆଜି ପ୍ରଧାନମନ୍ତ୍ରୀ ଦେଶର ୧ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଭେଟି ଦେବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ବିଭାଗରେ ନିଯୁକ୍ତ ହୋଇଥିବା ୧ ଲକ୍ଷରୁ ଅଧିକ ଅଭ୍ୟର୍ଥୀଙ୍କୁ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ । ସୋମବାର (ଫେବୃଆରୀ ୧୨) ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ମେଳାରେ ଭାଗ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଏକ ଲକ୍ଷ ଯୁବବର୍ଗଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନୂଆଦିଲ୍ଲୀରେ ଇଣ୍ଟିଗ୍ରେଟେଡ କମ୍ପ୍ଲେକ୍ସ ‘କର୍ମଯୋଗୀ ଭବନ’ର ପ୍ରଥମ ପର୍ଯ୍ୟାୟର ମୂଳଦୁଆ ପକାଇଛନ୍ତି। ଏହି କ୍ୟାମ୍ପସ ମିଶନ କର୍ମଯୋଗୀର ବିଭିନ୍ନ ସ୍ତମ୍ଭ ମଧ୍ୟରେ ସହଯୋଗ ଏବଂ ସମନ୍ନ୍ବୟକୁ ପ୍ରୋତ୍ସାହିତ କରିବ।ରୋଜଗାର ମେଳାରେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ୍ ଭାରତ ସରକାର ଯୁବବର୍ଗମାନଙ୍କୁ ଚାକିରି ଦେବାରେ କ୍ରମାଗତ ଭାବେ ଦ୍ରୁତ ଗତିରେ ଅଗ୍ରଗତି କରୁଛନ୍ତି। ପୂର୍ବ ସରକାରଗୁଡିକରେ, ଚାକିରି ବିଜ୍ଞାପନ ପ୍ରସଙ୍ଗରୁ ନିଯୁକ୍ତି ପତ୍ର ପ୍ରଦାନ ପର୍ଯ୍ୟନ୍ତରେ ବହୁତ ସମୟ ନେଉଥିଲେ। ଏହି ବିଳମ୍ବର ସୁଯୋଗ ନେଇ ଲାଞ୍ଚ କାରବାର ହେଉଥିଲା। ଆମେ ବର୍ତ୍ତମାନ ଭାରତ ସରକାରରେ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରିଛୁ।ନିଯୁକ୍ତିକୁ ଠିକ ସମୟରେ ଶେଷ କରିବା ପାଇଁ ସରକାର କିପରି କାର୍ଯ୍ୟ କରୁଛନ୍ତି ତାହା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଆମ ସରକାରଙ୍କର ଗୁରୁତ୍ୱ ରହିଛି ନିଯୁକ୍ତି ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ଉଚିତ। ଏହା ସହିତ ପ୍ରତ୍ୟେକ ଯୁବବର୍ଗ ନିଜର ଦକ୍ଷତା ପ୍ରମାଣ କରିବାକୁ ସମାନ ସୁଯୋଗ ପାଇବା ଆରମ୍ଭ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |