ପୁରୀ,୧୬ା୨: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ବଡ଼ି ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ । ଭୋର ୪.୩୪ରେ ଠାକୁରଙ୍କ ମହାସ୍ନାନ ନୀତିକାନ୍ତି ପରେ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି । ମାଧିପୁରର ତ୍ରିବେଣୀଶ୍ୱର, ସନ୍ତପୁରର ଐଶାନେଶ୍ୱର ଓ କୁରୁଜଙ୍ଗରେ ଦକ୍ଷିନେଶ୍ୱର ମହାଦେବଙ୍କ ସ୍ୱତନ୍ତ୍ର ପୂଜା ପରେ ମହାସ୍ନାନ ହୋଇଥିଲା । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ବୁଡ଼ ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ପୌରାଣିକ ମତାନୁସାରେ ମାଘସପ୍ତମୀରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ ମୁକ୍ତ ରଖିବା ପାଇଁ ତୀର୍ଥରେ ବୁଡ଼ ପକାଇ ସୂର୍ଯ୍ୟ ପୂଜା କରୁଛନ୍ତି ଶ୍ରଦ୍ଧାଳୁ ।ତିନି ଠାକୁର ପାରମ୍ପରିକ ଶୋଭାଯାତ୍ରାରେ ରାତି ୩ଟା ୩୦ରେ ଚନ୍ଦ୍ରଭାଗା ସ୍ନାନ ମଣ୍ଡପରେ ପହଞ୍ଚିଥିଲେ । ସାଧୁସନ୍ଥଙ୍କ ଦ୍ୱାରା ମହାଆଳତୀ ସମ୍ପନ୍ନ ହେବାପରେ ଶ୍ରଦ୍ଧାଳୁଙ୍କୁ ବୁଡ ପାଇଁ ଅନୁମତି ମିଳିଥିଲା । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ ବ୍ୟବସ୍ଥା, ଟ୍ରାଫିକ୍ ବ୍ୟବସ୍ଥା ସହ ସିସିଟିଭି ଲଗାଯାଇଛି । ସୁରକ୍ଷା ପାଇଁ ୫ଜଣ ଅତିରିକ୍ତ ଏସପି, ୧୨ ଜଣ ଡିଏସପି, ୩୯ ଜଣ ଇନ୍ସପେକ୍ଟରଙ୍କ ସମେତ ମୋଟ ୩୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ସେପଟେ ୨ଦିନ ଧରି କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ମଧ୍ୟ ଛାଡ଼ କରାଯାଇଛି । ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ। ଏଥିସହ ମାଘ ସପ୍ତମୀରେ ଲାଙ୍ଗୁଳା ନରସିଂହ ଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି।,ମାଘ ସପ୍ତମୀରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ଏବେଠୁ ସାଧୁସନ୍ଥ ଓ ନାଗାବାବାଙ୍କ ଭିଡ଼ ଖଣ୍ଡିଗିରି ପାଦଦେଶରେ ଦେଖିବାକୁ ମିଳିଲାଣି । ହରିଦ୍ୱାରଠାରୁ ଆରମ୍ଭ କରି ଜାମ୍ମୁଓକାଶ୍ମୀର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଏଠାକୁ ସାଧୁ ସନ୍ୟାସୀଙ୍କ ସୁଅ ଛୁଟିଲାଣି। ନାଗା ବାବାଙ୍କ ଧୁନରେ ପ୍ରକମ୍ପିତ ହେବ ସାରା ଖଣ୍ଡିଗିରି ପାଦଦେଶ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |