ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଭୁବନେଶ୍ୱର: ଆଜି କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ । କଣ୍ଟାବାଞ୍ଜିର ବିଧାୟକଙ୍କୁ ହତ୍ୟା କରାଯିବାର ଧମକକୁ ବିରୋଧ ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ନଗର କଂଗ୍ରେସ ପକ୍ଷରୁ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯିବ । ଏଥିପାଇଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଶିକ୍ଷାନୁଷ୍ଠାନ ସହ ଜରୁରୀ ସେବାକୁ ଏଥିରୁ ବାଦ୍ ଦିଆଯାଇଛି |କଣ୍ଟାବାଞ୍ଜିର ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା କରାଯିବାର ଧମକପୂର୍ଣ୍ଣ ବ୍ୟାନର ଲାଗିଥିଲା । ତେବେ ଏହାକୁ ପ୍ରତିବାଦ କରି ଆଜି କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏଥିରେ ଶିକ୍ଷାନୁଷ୍ଠାନ ଏବଂ ଜରୁରୀ ସେବାକୁ ବାଦ୍ ଦିଆଯାଇଛି ।୧୯ ଫେବୃଆରୀ ସକାଳୁ ସକାଳୁ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟର ବାହାରେ ଥିବା ଏକ ଦୋକାନରେ ବ୍ୟାନର ଲାଗିଥିଲା। ବ୍ୟାନର ଧଳା ରଙ୍ଗର ଥିବା ବେଳେ ଏଥିରେ ଲାଲ ଅକ୍ଷରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ହତ୍ୟା କରିବି ବୋଲି ଲେଖାଯାଇଥିଲା। ତେବେ ବ୍ୟାନରରେ ଜଣେ ଅଜଣା ଯୁବକଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା। କଣ୍ଟାବାଞ୍ଜି ପୁଲିସ ବ୍ୟାନର ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!