ଜୟପୁର,,୨୦।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜସ୍ଥାନ ରାଜ୍ୟସଭା ନିର୍ବାଚନ୨୦୨୪ରେ ୨ ଜଣ ବିଜେପି ଓ ଜଣେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ରାଜସ୍ଥାନ ବିଧାନସଭାର ପ୍ରମୁଖ ସଚିବ ତଥା ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ମହାବୀର ପ୍ରସାଦ ଶର୍ମା କଂଗ୍ରେସ ପ୍ରାର୍ଥୀ ସୋନିଆ ଗାନ୍ଧୀ ଏବଂ ଦୁଇ ଜଣ ବିଜେପି ପ୍ରାର୍ଥୀ ଚୁନ୍ନି ଲାଲ ଗରାସିଆ ଏବଂ ମଦନ ରାଠୋରଙ୍କୁ ନିର୍ବାଚିତ କରିଛନ୍ତି।ଏହି ଦୁଇ ବିଜେପି ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଗୁଜରାଟର ଖାଲିପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୋବିନ୍ଦ ଢ଼ୋଲକିଆ, ଯଶବନ୍ତ ସିଂହ ପରମାର ଓ ମୟଙ୍କ ନାୟକ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି। ସେହିପରି ରାଜସ୍ଥାନ ରାଜ୍ୟସଭା ଆସନରୁ ସୋନିଆ ଗାନ୍ଧି ରାଜ୍ୟସଭାକୁ ଯାଇଛନ୍ତି। ତାଙ୍କ ସହ ବିଜେପିର ଚୁନ୍ନିଲାଲା ଗରସିୟା ଓ ମଦନ ରାଠୋର ମଧ୍ୟ ରାଜସ୍ଥାନ ରାଜ୍ୟସଭା ପାଇଁ ବିନା ଲଢ଼େଇରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।ପ୍ରଥମ ଥର ପାଇଁ ସୋନିଆ ଗାନ୍ଧି ସଂସଦର ରାଜ୍ୟସଭା ଅର୍ଥାତ୍ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଗତ ଫେବ୍ରୁଆରି ୧୪ ତାରିଖରେ ସୋନିଆ ଗାନ୍ଧି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ରାଜସ୍ଥାନ ବିଧାନସଭାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାପରେ ସେ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ରାଏବରେଲିର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମଧ୍ୟ ଲେଖିଥିଲେ।ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଡୋଟାସରା ସୋନିଆ ଗାନ୍ଧୀଙ୍କ ପକ୍ଷରୁ ପ୍ରତିନିଧି ଭାବେ ବିଧାନସଭାରେ ପହଞ୍ଚି ନିର୍ବାଚନ ପ୍ରମାଣପତ୍ର ଗ୍ରହଣ କରିଥିଲେ। ବିଜେପି ରାଜ୍ୟସଭା ସାଂସଦ ମଦନ ରାଠୋର ଓ ଚୁନ୍ନି ଲାଲ ଗରାସିଆ ଏହି ସାର୍ଟିଫିକେଟ୍ ଗ୍ରହଣ କରିବାକୁ ବିଧାନସଭାରେ ପହଞ୍ଚିଥିଲେ। ଗୋବିନ୍ଦ ସିଂ ଡୋଟାସରା ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, “ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଭାବରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବାରୁ ସମ୍ମାନଜନକ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଅଭିନନ୍ଦନ ଏବଂ ଉଜ୍ଜ୍ୱଳ କାର୍ଯ୍ୟକାଳ ପାଇଁ ଅସୀମ ଶୁଭେଚ୍ଛା।”
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |