ନୂଆଦିଲ୍ଲୀ ,,୨୧ା୨:ଦେଶରେ ମୁଣ୍ତ ଟେକିଛି କୃଷକ ଆନ୍ଦୋଳନ । ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ନିଶ୍ଚିତ କରୁଥିବା ଆଇନ ଲାଗୁ କରାଯିବା ଓ ଅନ୍ୟ କିଛି ଦାବି ପୁରଣ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଆସୁଥିବା କୃଷକ ସଂଗଠନ ଏବେ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି। ଦାବି ପୁରଣ ପାଇଁ କହି ମଧ୍ୟ ସରକାର ଦାବି ପୁରଣ ନକରିବାରୁ ଆଜି ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ। ପଞ୍ଜାବ-ହରିୟାଣା ସୀମାରେ କୃଷକମାନେ ଏକତ୍ରିତ ହୋଇ ଆଗକୁ ବଢ଼ୁଥିବା ବେଳେ ଅଟକାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରୁଛି ପୁଲିସ।ସରକାରଙ୍କ MSP କୁ ବିରୋଧ କରି କୃଷକମାନଙ୍କର ଆନ୍ଦୋଳନ ଚାଲିଛି । କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି (ବୁଧବାର) ଆନ୍ଦୋଳନରତ କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ସମସ୍ତ ପ୍ରସଙ୍ଗରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। ଆନ୍ଦୋଳନରତ କୃଷକମାନଙ୍କୁ ଶାନ୍ତି ବଜାୟ ରଖିବା ସହ ସମାଧାନ ପାଇଁ ଆଲୋଚନା କରିବାକୁ ମନ୍ତ୍ରୀ ନିବେଦନ କରିଛନ୍ତି।ଗତ ଜାନୁଆରୀ ୧୮ ରେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ପ୍ରାୟ ୭୪୬ କୃଷକ ଯାଇଥିଲେ । ବର୍ତ୍ତମାନ ସେ ସମସ୍ତ କୃଷକଙ୍କ ବିରୋଧରେ FIR ଦାଖଲ କରାଯାଇଛି ।ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ପୁଣି ଥରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। କୃଷକମାନଙ୍କ ସହ ହୋଇଥିବା ପୂର୍ବ ଆଲୋଚନାର ଅଂଶ ଥିବା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ପୁଣି ଥରେ ସେମାନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |