ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ବ୍ୟାନର

ଭୁବନେଶ୍ୱର,୨୩।୩:ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ବ୍ୟାନର। କାନ୍ଥବାଡ଼ରେ ଲେଖାଯିବା ଦଳୀୟ ସ୍ଲୋଗାନ ବି ହଟାଯିକୁ ସୂଚନା ଦେଲେ ବିଏମସି କମିଶନର।ରାଜଧାନୀ ଭୁବନେଶ୍ୱରରୁ ହଟିବ ରାଜନୈତିକ ପୋଷ୍ଟର। ଏହା ସହ କାନ୍ଥ ଲେଖା ବି ଲିଭାଯିବ। ଏନେଇ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ତେବେ ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ ଏହି କାମ କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ତେବେ ସମସ୍ତ ରାଜନୈତିକ ଦଳ ଗୁଡିକ ଏନେଇ ଅବଗତ ଅଛନ୍ତି । ଏବଂ ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିସନର କୁଲାଙ୍ଗେ ସୂଚନା ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଚିଠି ଆଧାରରେ ଏହି ପୋଷ୍ଟର ହଟା କାମ କରାଯିବ। ତେଣୁ ଖୁବଶୀଘ୍ର ଭୁବନେଶ୍ୱରର ବିଭିନ୍ନ କାନ୍ଥ ଓ ପାଚେରୀରେ ଲେଖାଯାଇଥିବା ରାଜନୈତିକ ଲେଖା, ପୋଷ୍ଟର ଓ ବ୍ୟାନର ହଟାଯିବ। ଏହାସହ କାନ୍ଥ, ଗଛ ଓ ଖୁଣ୍ଟରେ ପୋଷ୍ଟର ଲଗାଇବା ଉପରେ କଟକଣା ଲଗାଯାଇଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!